ପାନ , ଭାରତୀୟ ସଭ୍ୟତା ଓ ସଂକୃତି ର ଗୋଟିଏ ସୁନ୍ଦର ସମ୍ପର୍କ ର ସେତୁ l ଯାହା ଅଜଣା ରାସ୍ତାରେ ଯୋଡିଥାଏ ୨ ଜଣ ଅଜଣା ବନ୍ଧୁଙ୍କୁ , ଯାହା ଶୁଭ କାର୍ଯ୍ୟ ଆରମ୍ଭ ରେ ଆବଶ୍ୟକ ହୋଇଥାଏ ପ୍ରତ୍ୟେକ ହିନ୍ଦୁ ପରିବାରରେ ଏବଂ ଅତିଥି ସତ୍କାର ପାଇଁ ଆବଶ୍ୟକତା ପଡିଥାଏ ସର୍ବ ପ୍ରଥମେ l ପାନ ର ଗାଥା ଆମେ ଯେତେ ଗାଇଲେ ମଧ୍ୟ କମ ହେବ l
ରାଜରାଜୁଡା ଙ୍କ ସମୟ ରୁ ପାନ ର ଅନେକ କାହାଣୀ ରହିଛି l ଆଜି ଆମେ ସୁଖୀ ବୈବାହିକ ଜୀବନ ପାଇଁ ପାନ ର କଣ ରହିଛି ବ୍ୟବହାର ଆସନ୍ତୁ ଜାଣିବା l
ପ୍ରତିଦିନ ପୁରୁଷ ମାନେ କାହିଁକି ଗୋଟିଏ ପାନ ପତ୍ର ଖାଇବା ଜରୁରୀ :-
* ଆୟୁର୍ବେଦ , ଚରକ ସଂହିତା , ସୁସୃତ ସଂହିତା, ଇତ୍ୟାଦି ରେ ପାନ ପତ୍ର କୁ ଖୁବ ସ୍ୱାସ୍ଥ୍ୟ ବର୍ଦ୍ଧକ ବୋଲି କୁହାଯାଇଛି l ରାଜା ମହାରାଜା ମାନେ ପ୍ରତିଦିନ ରାତ୍ରି ଭୋଜନ ପରେ ଖଣ୍ଡିଏ ପାନ ଚୋବାଇବାକୁ ପସନ୍ଦ କରୁଥିଲେ l
* ଆୟୁର୍ବେଦ ଅନୁସାରେ ପାନ ପତ୍ର ସେକ୍ସୁଆଲ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭ ଦାୟକ ହୋଇଥାଏ l ଏହା ପୁରୁଷ ମାନଙ୍କ ନିକଟରେ ଯୌନ ଉଦ୍ଧିପନା ବୃଦ୍ଧି କରି ବୈବାହିକ ଜୀବନ କୁ ସୁଖମୟ କରିଥାଏ l
* ଏହାଛଡା ପାନ ପତ୍ର ରେ ଥିବା ଫାଇବର କୋଷ୍ଠ କଠିନ୍ୟ ସମସ୍ୟା ଦୂର କରି ପେଟ ସଫା ରଖିଥାଏ l
* ଯଦି କୌଣସି ସ୍ଥାନ ରେ କିଛି କଟି ଯାଇଥିବା କ୍ଷତ ରହିଛି ତେବେ ପାନ ପତ୍ର ଖୁବ ପ୍ରଭାବଶାଳୀ ଅଟେ l ଯଦି କୌଣସି ସ୍ଥାନରେ କ୍ଷତ ହୋଇଛି ତେବେ ପାନ ପତ୍ର କୁ ପେଷ୍ଟ କରି ଲଗାଇବା ଦ୍ୱାରା କ୍ଷତ ଖୁବ ଶୀଘ୍ର ଠିକ ହୋଇ ଯାଇଥାଏ l
* ପାନ ପତ୍ର ରେ ଆଣ୍ଟି ସେପ୍ଟିକ ଓ ଆଣ୍ଟି ଫଙ୍ଗଲ ଗୁଣ ରହିଛି ଯାହାକି ଫଙ୍ଗାଲ ଇନଫେକ୍ସନ ଦୂର କରିଥାଏ l ଏବଂ ବିଭିନ୍ନ ସଂକ୍ରମଣ ଠାରୁ ତ୍ୱଚା କୁ ସୁରକ୍ଷିତ ରଖିଥାଏ ପାନ ପତ୍ର l
* ପାନ ପତ୍ର ରେ ରହିଛି ଆଣ୍ଟି ମାଇକ୍ରୋ ବିୟଲ ଗୁଣ l ଯାହାକି ପାଟିର ଦୁର୍ଗନ୍ଧ ଦୂର କରିଥାଏ l ଏବଂ ପାଟିରୁ ବ୍ୟାକଟେରିଆ କୁ ମଧ୍ୟ ଦୂର କରିଥାଏ l