ଆଜିର ଯୁଗରେ ଅନେକ ପ୍ରକାର ରୋଗ ଦେଖିବାକୁ ମିଳୁଛି l ଯାହାକି କିଛି ମାତ୍ରାରେ ଛୋଟ ପିଲାମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି l ସେହି ରୋଗ ମାନଙ୍କ ମଧ୍ୟରୁ ଗୋଟିଏ ହେଲା ବର୍ଚୁଆଲ ଅଟିଯିମ l
ଯଦି ଆପଣଙ୍କ ଘରେ ଛୋଟ ପିଲା ଅଛନ୍ତି ତେବେ ଅନେକ ସମୟ ଫୋନ ରେ ଅତିବାହିତ କରୁଛନ୍ତି l ମା ବାପା ପିଲାର ଜିଦି ପୁରା କରିବା ପାଇଁ ତା ହାତରେ ମୋବାଇଲ ଧରାଇ ଦେଇଥାନ୍ତି l ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ମା ବାପା ଙ୍କ ଏହି ଭୁଲ ପିଲା ମାନଙ୍କ ପାଇଁ ଖୁବ କ୍ଷତିକାରକ ସାବିତ ହୋଇଛି l ଛୋଟ ପିଲା ଙ୍କୁ ନେଇ ହୋଇଥିବା ଗୋଟିଏ ଅଧ୍ୟୟନ ରୁ ଜଣା ପଡିଛି ଯେ ମୋବାଇଲ ଫୋନ ଦ୍ୱାରା ଛୋଟ ପିଲା ଙ୍କ ମଧ୍ୟରେ ବର୍ଚୁଆଲ ଅଟିଯିମ ଅଧିକ ମାତ୍ରାରେ କାୟା ବିସ୍ତାର କରିଛି l
ଭର୍ଚୁଆଲ ଅଟିଯିମ କଣ ? -:
ବର୍ଚୁଆଲ ଅଟିଯିମ ଗୋଟିଏ ଏଭଳି ଅବସ୍ଥା ଯେଉଁଥିରେ ପିଲାମାନେ ଅଧିକ ସମୟ ମୋବାଇଲ , ସ୍ମାର୍ଟ ଫୋନ , ଟିଭି ଓ କମ୍ପ୍ୟୁଟର ରେ ଅତିବାହିତ କରନ୍ତି l ଏବଂ ପିଲା ଅନ୍ୟ ମାନଙ୍କ ସହିତ ସମୟ ଅତିବାହିତ କରିବା ପାଇଁ ଇଚ୍ଛା କରିନଥାଏ l ଏହି ଅଭ୍ୟାସ ୬ ମାସ ରୁ ନେଇ ୬ ବର୍ଷ ଙ୍କ ପିଲାଙ୍କ ମଧ୍ୟରେ ଅଧିକ ଦେଖିବାକୁ ମିଳୁଛି l ଏହାଦ୍ୱାରା ପିଲାମାନେ କଥା ହେବାକୁ କିମ୍ବା କଥା ଶୁଣିବାକୁ ପସନ୍ଦ କରୁ ନାହାନ୍ତି l
* ଏପରି ସ୍ଥିତି ରେ ପିଲା ମାନଙ୍କ ର ସ୍ପିଚ ଡେଭଲପମେଣ୍ଟ ହୋଇ ପାରିନଥାଏ ଏବଂ ଅନ୍ୟ ମାନଙ୍କ ସହିତ କଥା ହେବାରେ ଅସହଜ ଅନୁଭବ କରିଥାଏ l
* ପିଲା ମାନଙ୍କ ର ସାମାଜିକ ସମ୍ପର୍କ ଖୁବ ଦୁର୍ବଳ ହୋଇ ଯାଇଥାଏ l ପିଲା ମାନଙ୍କର ମସ୍ତିଷ୍କ ମଧ୍ୟ ମୋବାଇଲ ଓ ଟିଭି ଯୋଗୁଁ ସ୍ୱାଭାବିକ ଭାବରେ କାର୍ଯ୍ୟ କରିନଥାଏ l
* ପିଲାମାନେ ଅନ୍ୟ ମାନଙ୍କ ସହ ଆକ୍ଷି ମିଳାଇ କଥା ହେବାକୁ ଅସମର୍ଥ ହୋଇଥାଏ ଏବଂ ଠିକ ଭାବରେ କଥା ହୋଇପାରେ ନାହିଁ l
* ମୋବାଇଲ ର ଅଧିକ ବ୍ୟବହାର ଓ ଟିଭି ଅଧିକ ଦେଖିବା ଦ୍ୱାରା ପିଲାର ମସ୍ତିଷ୍କ ଉପରେ କୁପ୍ରଭାବ ପଡିଥାଏ l ପିଲା ମାନଙ୍କ ର ଇଣ୍ଟେଲିଜେନସ୍ ଲେବୁଲ ମଧ୍ୟ ପ୍ରଭାବିତ ହୋଇଥଏ l ଏହାକୁ ବର୍ଚୁଆଲ ଅଟିଯିମ କୁହାଯାଇ ଥାଏ l
ଖେଳ ଜରିଆରେ ଛୁଆଙ୍କୁ ଦୂରେଇ ରଖି ପାରିବେ ବର୍ଚୁଆଲ ଅଟିଯିମ ସମସ୍ୟାରୁ :-
* ଗବେଷକ ଙ୍କ ମତରେ ଘର ହେଉଛି ପିଲା ମାନଙ୍କ ର ପ୍ରଥମ ବିଦ୍ୟାଳୟ ଓ ପିତାମାତା ହେଉଛନ୍ତି ପ୍ରଥମ ଶିକ୍ଷକ ଓ ଶିକ୍ଷୟତ୍ରୀ l ତେଣୁ ପିତାମାତା ଉଭୟ ନିଜକୁ ଫୋନ ରେ ବ୍ୟସ୍ତ ନରଖି ପିଲା ସହିତ ସମୟ ଅତିବାହିତ କରନ୍ତୁ l
* ପ୍ରତିଦିନ ପିଲା ସହିତ ବିଭିନ୍ନ ଖେଳ ଖେଳନ୍ତୁ l ପିଲାଙ୍କୁ ସାମାଜିକ କରିବା ପାଇଁ ଅନ୍ୟ ପିଲାଙ୍କ ସହ ମିଶିବାକୁ ଛାଡ଼ନ୍ତୁ l ଯାହାଦ୍ୱାରା ପିଲାଟି ଗ୍ୟାଜେଟ ଉପରେ କମ ନିର୍ଭର କରିବ l
* ପିଲାର ସ୍ଲିପିଙ୍ଗ ପ୍ୟାଟର୍ନ ଠିକ ରହିବା ପାଇଁ ତାକୁ ଠିକ ସମୟରେ ଶୁଅନ୍ତୁ l ନିଜ ପିଲାଙ୍କୁ ଆଧ୍ୟାତ୍ମିକ ଜ୍ଞାନ ଦିଅନ୍ତୁ l ଯାହାଦ୍ୱାରା ପିଲାଟିର ଧର୍ମ ଉପରେ ଆସ୍ଥା ବୃଦ୍ଧି ହେବ l