ଗୋଟିଏ ଅଜଣା ଫୋନ କଲ ଚିନ୍ତା ବଢ଼ାଇଛି ବିଜେପି ରାଷ୍ଟ୍ରୀୟ ଉପଧକ୍ଷ ବୈଜନ୍ତ ପଣ୍ଡା ଙ୍କର l ଯେଉଁଥିରେ କଲର ଦେଇଥିଲେ ହତ୍ୟା ଧମକ l ଯେଭଳି ବିଜେଡି ର ଝାରସୁଗୁଡା ବିଧାୟକ ନବ ଦାସ ଙ୍କୁ ହତ୍ୟା କରାଯାଇଥିଲା ବୈଜନ୍ତ ଙ୍କୁ ମଧ୍ୟ ମିଳିଛି ସେହିଭଳି ହତ୍ୟା ର ଧମକ l ଏହି ଫୋନ କଲ କୁ ରିସିଭ କରିଥିଲେ ବିଜେପି ର ରାଷ୍ଟ୍ରୀୟ ଉପଧାକ୍ଷ ବୈଜନ୍ତ ପଣ୍ଡା ଙ୍କ ପିଏ l ଯାହାକୁ ନେଇ ବିଜେପି ମହଲରେ ଦେଖା ଦେଇଛି ଚିନ୍ତା l
ଏଭଳି କାର୍ଯ୍ୟ ପଛରେ କଁ ସତ୍ୟତା ରହିଛି ତାହା ସାମ୍ନାକୁ ଆସିନାହିଁ l ଏହା କୌଣସି ବ୍ୟକ୍ତିର ଥଟା ମଜା ନା ଏହା ପଛରେ ରହିଛି ସୁପରିକଳ୍ପିତ ଷଡଯନ୍ତ୍ର ତାହା ବର୍ତମାନ ସୁଧା ଜଣା ପଡ଼ିନାହିଁ l କିନ୍ତୁ ଏଭଳି ଘଟଣାକୁ ହାଲୁକାରେ ନେବା ଉଚିତ ନୁହେଁ ବୋଲି ଦର୍ଶାଇଛନ୍ତି ବୈଜନ୍ତ ଙ୍କ ପିଏ l ତେଣୁ ଏହି ଅଜଣା ଫୋନ କଲ କୁ ଭିତିକରି ଗୋଟିଏ FIR ଲଜ କରାଯାଇଛି ଓ ଦିଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ବୋଲି ବୈଜନ୍ତ ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି l