ବେତନଟୀ : ବୈଶିଙ୍ଗା ଥାନା ଅଧୀନ ବୈଶିଙ୍ଗା – ରୂପସା ଏମଡିଆର-୭୦ ରାଜପଥର ମୁନିଲାଲ ହାଇସ୍କୁଲ ନିକଟରେ ସନ୍ଧ୍ୟା ସମୟରେ ଦୁଇ ବାଇକ ଆରୋହୀ ପରସ୍ପର ଧକ୍କା ହେବା ଫଳରେ ତିନି ବାଇକ ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ ମକର ପର୍ବ ଆଉ ମାତ୍ର ଦୁଇ ଦିନ ଥିବା ବେଳେ ଶନିବାର ଡାହିବାଡ଼ି ସାପ୍ତାହିକ ହାଟ ଥିବାରୁ ଉକ୍ତ ରାସ୍ତା ବହୁତ ଭିଡ ଥିଲା । ବଡସାହି ଥାନା ଅଧୀନ କୁଲକୋଠା ଗ୍ରାମର ରାଜେଶ ସିଂ , କୃଷ୍ଣ ସିଂ ଏବଂ ସନିଆ ସିଂ ଏକ ସ୍କୁଟି ଯୋଗେ ହାଟକୁ ଦ୍ରୁତ ଭାବେ ଆସୁଥିବା ବେଳେ ଅପର ପାର୍ଶ୍ଵ ଦେଇ ଆସୁଥିବା ଅନ୍ୟ ଏକ ବାଇକଟିକୁ ଧକ୍କା ଦେଇ ତଳେ ପଡ଼ି ଯାଇଥିଲେ l ଖବର ପାଇ ବୈଶିଙ୍ଗା ଥାନାର ଏସଆଇ ଦେବାଶିଷ ମଣ୍ଡଳ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନାକୁ ନେଇ ଆସିଥିଲେ l ଖବର ଲେଖା ହେବା ବେଳକୁ ଡାକ୍ତରଖାନାରେ ତିନି ଗୁରୁତର ଚିକିତ୍ସିତ ଅବସ୍ଥାରେ ରହିଥିବାର ଜଣାଯାଇଛି।