Odisha news

ଓଡ଼ିଆ ଭାଷା ବିକାଶର ଅନୁଚିନ୍ତା ଆଲୋଚନା ଚକ୍ର ଅନୁଷ୍ଠିତ

0
ବ୍ରହ୍ମପୁର :  ଓଡ଼ିଆ ଭାଷା ଆନ୍ଦୋଳନ ଓ ସଂସ୍କାରବାଦୀ ସଂଗଠନ ତରଫରୁ ସ୍ଥାନୀୟ ହିଲପାଟଣା ଏସ୍ଏମ ଆଇ ଟି କାର୍ଯ୍ୟାଳୟ ସଭା ଗୃହରେ ‘ଓଡ଼ିଆ ଭାଷା ବିକାଶର ଅନୁଚିନ୍ତା’ ପ୍ରସଙ୍ଗରେ ଭାଷା ତପସ୍ୱୀ ଶ୍ରୀ ତ୍ରିନାଥ ମହାରଣାଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାରେ ଦୈନିକ ଅଶାର ଅଧ୍ୟକ୍ଷ ତଥା ଏସଏମଆଇଟି
ନିର୍ଦ୍ଦେଶକ ଡ଼ ଭଗବାନ ଗନ୍ତାୟତ, ଚକ୍ଷୁ ଚିକିତ୍ସକ ତଥା ସାହିତ୍ୟିକ ଡ଼ ରାଜେନ୍ଦ୍ର ପ୍ରସାଦ ବେହେରା ଅତିଥି ରୂପେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଭାଷା ଆନ୍ଦୋଳନର ସମ୍ପାଦକ ଶିକ୍ଷାବିତ୍ ହରେକୃଷ୍ଣ ପଣ୍ଡା ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରକାଶ କରିଥିଲେ। ଖଲ୍ଲିକୋଟ ଆର୍ ସି ଏମ ବିଜ୍ଞାନ ମହାବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ବିଭାଗ ମୁଖ୍ୟ ଡ଼ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଅତିଥି ଡ଼ ବେହେରା ଓ ଡ଼ ଗନ୍ତାୟତ ଭାଷା ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ।ଘରେ ପାଶ୍ଚାତ୍ୟ ଶିକ୍ଷା ପ୍ରଭାବରୁ ଓଡ଼ିଆ ଭାଷାର ବ୍ୟବହାର କମି ଯାଉଥିବାରୁ ସେମାନେ ଉଦବେଗ ପ୍ରକାଶ କରିଥିଲେ। ଏହାପରେ ଓଡ଼ିଶାର ପ୍ରଥମ ପତ୍ରିକା ‘ଦୈନିକ ଆଶା’ କୁ ବଞ୍ଚାଇ ରଖିଥିବାରୁ ଡ଼ ଭଗବାନ ଗନ୍ତାୟତଙ୍କୁ ଏଵଂ ଜଣେ କାର୍ଯ୍ୟ ବ୍ୟସ୍ତ ଚିକିତ୍ସକ ହୋଇବି ସାହିତ୍ୟର ବିକାଶ ପାଇଁ ନିଜଜୁ ଉତ୍ସର୍ଗ କରିଥିବାରୁ ଡ଼ ରାଜେନ୍ଦ୍ର ପ୍ରସାଦ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦୈନିକ ଅଶାର ଦୁଇ ପୂର୍ବତନ ନିର୍ଭିକ ସାମ୍ବାଦିକ ହୃଷିକେଶ ମହାନ୍ତି ଓ ଜ୍ୟୋତି ରଞ୍ଜନ ଦାଶଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରା ଯାଇଥିଲା।କାର୍ଯ୍ୟକ୍ରମ ପରିଚାଳନା ରେ ଅଧିବକ୍ତା ଗୌରୀ ଶଙ୍କର ପଟ୍ଟନାୟକ ଓ ଉପସଭାପତି ପ୍ରମୋଦ କୁମାର ସାହୁ ଅଂଶ ଗ୍ରହଣ କରିଥିଲେ। ଶେଷରେ ପୂର୍ବତନ ପ୍ରଧାନଶିକ୍ଷକ ହିମାଂଶୁ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply