ଚଣ୍ଡିଖୋଲ/ଚଡେଇଧରା : ଯାଜପୁର ଜିଲ୍ଲାର ଅଗ୍ରଣୀ କ୍ରିଡା ଅନୁଷ୍ଠାନ ରାମଚନ୍ଦ୍ରପୁରର ଚକାଆଖି କ୍ରିକେଟ କ୍ଲବ ଆନୁକୂଲ୍ୟରେ ଗତ ୬ତାରିଖ ଠାରୁ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ରାମଚନ୍ଦ୍ରପୁର ଖେଳ ପଡିଆରେ ଆରମ୍ଭ ହୋଇଥିବା ୨୮ତମ ଚକାଆଖି କପ ଜାତୀୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ତଥା ଅନ୍ତିମ ସେମି ଫାଇନାଲ ମ୍ୟାଚ ଶନିବାର ଦିନ ଅନୁଷ୍ଠିତ ହୋଇଥିଲା! ଏହି ମ୍ୟାଚ ୟୁନିୟନ ସ୍ପୋଟିଂ କଟକ ବ୍ରହ୍ମପୁରର ୟୁନାଇଟେଡ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା! ଏଥିରେ ୟୁନିୟନ ସ୍ପୋଟିଂ କଟକ ବିଜୟୀ ହୋଇ ଫାଇନାଲ ଫାଇନାଲକୁ ଉନ୍ନିତ ହୋଇଥିଲା! ୟୁନାଇଟାଇଡ଼ ଏକାଦଶ ବ୍ରହ୍ମପୁର ଟସ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତି ନେଇଥିଲା! ୟୁନିଅନ ସ୍ପୋର୍ଟିଙ୍ଗ କଟକ ପ୍ରଥମେ ବ୍ୟାଟିଙ୍ଗ କରି ନିଦ୍ଧାରିତ ୨୫ ଓଭର ଖେଳରେ ୬ ଉଇକେଟ ହରାଇ ୨୩୪ ରନ ସଂଗ୍ରହ କରିଥିଲା! ଦଳ ପକ୍ଷରୁ ଜ୍ୟୋତିରଞ୍ଜନ ଦଳାଇ ୬୩ ବଲ ରୁ ୯୪ ରନ କରିଥିଲେ! ଜବାବରେ ୟୁନିଟାଇଡ଼ ଏକାଦଶ ବ୍ରହ୍ମପୁର ୨୨ ଓଭରରେ ସମସ୍ତ ଉଇକେଟ ହରାଇ ୧୭୬ ରନ କରି ପରାଜୟ ବରଣ କରିଥିଲା! ୟୁନିଟାଇଡ଼ ଏକାଦଶ ବ୍ରହ୍ମପୁରର ବିନାୟକ ପାଣିଗ୍ରାହୀ ୩୪ ବଲରୁ ୪୫ ରନ ଏବଂ ପ୍ରବୀନ କୁମାର ୨୯ ବଲ ରୁ ୩୫ ରନ କରିଥିଲେ! ଜ୍ୟୋତିରଞ୍ଜନ ଦଳାଇଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା! ପ୍ରାକ୍ତନ ହକି ଖେଳାଳୀ ଗୌତମ ମହାନ୍ତି ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ! ରମେଶ ମହାରଣା ଏବଂ ବିଜେନ୍ଦ୍ର ଘୋଷ ଖେଳ ପରିଚାଳନା କରିଥିଲେ! କ୍ଲବର ମୁଖ୍ୟ ଉପଦେଷ୍ଟା ସରୋଜକୁମାର ରାଉତଙ୍କ ସହିତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ! ଆସନ୍ତା କାଲି ୧୨ ତାରିଖରେ ଚଣ୍ଡିଖୋଲର କେ ଆର ଲଜେଷ୍ଟିକ ଓ ଜେନ କନଟ୍ରକସନ ଭେଟେରାନ ଟିମ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହେବ ଏବଂ ପବିତ୍ର ମକର ସଂକ୍ରାନ୍ତି ୧୪ ତାରିଖ ଦିନ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ୟୁନିଅନ ସ୍ପୋର୍ଟିଙ୍ଗ କଟକ ଆଶୁ ଏକାଦଶ ରାଉରକେଲା ମଧ୍ୟରେ ଅନୁଷ୍ଠିତ ହେବ ବୋଲି କ୍ଳବ ପକ୍ଷରୁ ସୂଚନା ଦିଆଯାଇଛି!