Odisha news

ବାଇକ ବାଇକ ମଧ୍ୟରେ ଧକ୍କା , ଜଣେ ଗୁରୁତର

0
ବେତନଟୀ :  ବୈଶିଙ୍ଗା ଥାନା ଅଧୀନ ବୈଶିଙ୍ଗା-ରୁପ୍ସା ରାସ୍ତାର ଏକ ଘରୋଇ କଲେଜ ସମ୍ମୁଖରେ ଏକ ଦ୍ରୁତଗାମୀ ବାଇକ ଧକ୍କାରେ ଅନ୍ୟ ଜଣେ ବାଇକ ଚାଳକ ଯୁବକ ଗୁରୁତର l ଧକ୍କାଦେଇଥିବା ବାଇକ ଘଟଣା ସ୍ଥଳରୁ ଚମ୍ପଟ l
    ମିଳିଥିବା ସୂଚନା ଅନୁଯାଇ ପାଇକଯୁଗପୁରା ଗ୍ରାମର ଜଗନ୍ନାଥ ପାତ୍ରଙ୍କ ପୁଅ ଦୟାନିଧି ପାତ୍ର (୨୯) ବୈଶିଙ୍ଗାରୁ ନିଜ ଘରକୁ ଯାଉଥିବାବେଳେ ସମାନ ଦିଗରୁ ଯାଉଥିବା ଅନ୍ୟ ଗୋଟେ ଦ୍ରୁତଗାମୀ ବାଇକ ଧକ୍କାଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା l ଦୟାନିଧି ରାସ୍ତାରେ ପଡ଼ିଥିବାବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନା ନେଇଯାଇଥିଲେ l ତାଙ୍କ ଆଖି ପାର୍ଶ୍ୱରେ ଗଭୀର କ୍ଷତ ହୋଇଥିବାରୁ ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଇ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି l
Leave A Reply