ବେତନଟୀ : ବୈଶିଙ୍ଗା ରଘୁପୁର ପଞ୍ଚାୟୁତ୍ ଅଧିନ ଖୁଣ୍ଟା ପୁର ଗ୍ରାମ ର ସ୍ଥାନୀୟ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ରେ ସପ୍ତମ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି l ବୈଜ୍ଞାନିକ ଚିନ୍ତାଧାରା ହିଁ ମଣିଷ କୁ କାଳଜୟୀ କରିଥାଏ l ବୈଜ୍ଞାନିକ ଚିନ୍ତାଧାରା ହିଁ ବିଜ୍ଞାନ କୁ ଜନ୍ମ ଦେଇ ଛି l ପିଲାମାନେ ସେମାନଙ୍କ ସୃଜନଶୀଳ ଚିନ୍ତାଧାରା କୁ ବଜାୟ ରଖିବା ଦିଗରେ ବିଜ୍ଞାନ ମେଳା ର ବହୁ ଭୂମିକା ଅଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l ଅନୁଷ୍ଠାନର ସମ୍ପାଦକ କାହ୍ନୁ ଚରଣ ପତି ଙ୍କ ସଭାପତିତ୍ବ ରେ ବିଜ୍ଞାନ ମେଳା ଆୟୋଜନ କରାଯାଇଥିଲା। ଏଥିରେ ସତ୍ୟସାଇ ବିଦ୍ୟାପୀଠର ବରିଷ୍ଠ ବିଜ୍ଞାନ ଶିକ୍ଷୟତ୍ରୀ ତୃଷ୍ନା ଦାସ ଏବଂ ବରିଷ୍ଠ ବିଜ୍ଞାନ ଶିକ୍ଷାକ ରାଧୁ ସିଂ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ବିଜ୍ଞାନ ଗୁରୁଜୀ ଓ ଗୁରୁମା ମାନଙ୍କୁ କିପରି ପିଲାମାନଙ୍କର ରୁଚି ବଢିବ ସେ ଦିଗରେ ଉଦ୍ୟମ ଜାରି ରଖିବା ଉପରେ ଗୁରୁତ୍ଵ ଦେଇଥିଲେ ପ୍ରଧାନ ଆଚାର୍ଯ୍ୟ ରଂଜିତା ପତି । ଏଥିସହିତ ସ୍ୱାଗତ ଅଭିଭାଷଣ ସହ ଅତିଥି ପରିଚୟ ମଧ୍ୟ ପ୍ରଦାନ କରିଥିଲେ l ଏହି ମେଳା ରେ ଜୁନିଅର, ସିନିୟର, ସବ ଜୁନିଅର, ସ୍ୱତନ୍ତ୍ର ବାଳ ବିଭାଗ ରେ ସର୍ବ ମୋଟ ୪୭ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା, ଏହି ଅବସରରେ ପିଲା ମାନଙ୍କ ଭିତରେ ବିଜ୍ଞାନ କୁଇଜ, ବିଜ୍ଞାନ ପ୍ରଶ୍ନ ମଞ୍ଚ, ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ତୁଳସୀ ଗୁରୁମା , ରେଣୁ ଗୁରୁମା, ସିପି ଗୁରୁମା ଜୟସ୍ମିତା ଗୁରୁମା, ଦମୟନ୍ତି ଗୁରୁମା ଓ ବର୍ତ୍ତା ଗୁରୁମା ପରିଚାଳନା କରିଥିଲେ ।ଶେଷରେ ଜେଜେ ଗୁରୁଜୀ ମହେଶ୍ଵର ଗୁଣ୍ଡିଆ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।