ବେତନଟୀ ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରୁ ଜବରଦଖଲକାରୀଙ୍କୁ ସୋମବାର ବେତନଟୀ ତହସିଲଦାରଙ୍କ ପକ୍ଷରୁ ବେତନଟୀ ପୋଲିସ ସହାୟତାରେ ଉଚ୍ଛେଦ କରାଯାଇଛି। ଜବରଦଖଲକାରୀ ମାନେ ମେଡ଼ିକାଲ ପରିସରରେ ଚା, ଜଳଖିଆ, ପାନ ଦୋକାନ କରି ପରିବାର ପ୍ରତିପୋଷଣ କରିଆସୁଥିଲେ। ମାତ୍ର ମେଡିକାଲର ନୂତନ ବିଲଡିଂ ସହିତ ବିଭାଗ ପାଇଁ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ଯୋଗୁଁ ସ୍ଥାନାଭାବ ଦେଖାଯାଇଥିଲା। ବେତନଟୀର ଏହି ମେଡ଼ିକାଲ ଟି ୧୮ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଅବସ୍ଥିତ ଥିବା ହେତୁ ଏବଂ ଅନ୍ୟାନ୍ୟ ରାସ୍ତାଘାଟ ମାନଙ୍କରେ ରାସ୍ତା ଦୁର୍ଘଟଣା ପ୍ରାୟତଃ ପ୍ରତିଦିନ ଘଟିବା ଯୋଗୁଁ ଦୁର୍ଘଟଣା ଜନିତ ଆହତ ମାନଙ୍କୁ ସର୍ବପ୍ରଥମେ ଏହି ମେଡିକାଲକୁ ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ବାରିପଦା ପିଆରଏମ ମେଡ଼ିକାଲ କଲେଜକୁ ପଠାଯାଇଥିବାର ନଜିର ରହିଛି । ତଥା ଗ୍ରାମାଞ୍ଚଳର ବେତନଟୀ, ବଡ଼ସାହି, ରାସଗୋବିନ୍ଦପୁର, ମୋରଡା ଓ ବାରିପଦା ବ୍ଲକର ସଂଯୋଗ ବେତନଟୀକୁ ଥିବା ହେତୁ ପ୍ରତିଦିନ ଚାରି ଶହରୁ ଅଧିକ ରୋଗୀ ବର୍ହି ବିଭାଗରେ ଚିକିତ୍ସା ପାଇଁ ଆସିଥାନ୍ତି। ବାଇକ ଓ ଯାନବାହାନ ଆମ୍ବୁଲାନ୍ସ ପାର୍କିଂ ପାଇଁ ସ୍ଥାନାଭାବ ହେତୁ ଜବରଦଖଲକାରୀଙ୍କୁ ବେତନଟୀ ତହସିଲଦାର ଅନୀତା ନାୟକ , ସୁପରଭାଇଜର, ଆରଆଇଙ୍କ ସମେତ ବେତନଟୀ ଥାନା ପକ୍ଷରୁ ଆଇଆଇସି ସସ୍ମିତା ମହାନ୍ତ ଏବଂ ଏସଆଇ ଲିଲି ବେହେରା ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଉପସ୍ଥିତିରେ ଜେସିବି ଲଗାଇ ଉଚ୍ଛେଦ କରାଯାଇଥିଲା।
