Odisha news

ପୁରୁଣା ପେନସନ ପୁନ ସ୍ଥାପନ ରଥ କୁ ଆସିକା ରେ ସ୍ବାଗତ

0

ଆସିକା : ପୁରୁଣା ପେନସନ ଲାଗୁ କରିବା, କେନ୍ଦ୍ର ଓ ରାଜ୍ୟ ପକ୍ଷରୁ ଦିଆ ଯାଉଥିବା ଦରମା ରେ ପାର୍ଥକ୍ୟ ନ ରଖିବା ଭିନ୍ନ ଭିନ୍ନ ନାଁ ରେ ଚାଲିଥିବା ଠିକା ଶିକ୍ଷକ ପ୍ରଥା ବନ୍ଦ କରି ଶିକ୍ଷକ ମାନଙ୍କୁ ନିୟମିତ କରିବା ଆଦି ବାର୍ତ୍ତା ନେଇ ପୁରୁଣା ପେନସନ ପୁନ ସ୍ଥାପନ ରଥ କୁ ଆସିକା ରେ ବିଭିନ୍ନ କର୍ମଚାରୀ ସଂଗଠନ ପକ୍ଷରୁ ସ୍ବାଗତ କରାଯାଇଛି।ରାମ ଅବତାର ପାଣ୍ଡେ ଙ୍କ ନେତୃତ୍ୱରେ ସାରା ଦେଶ ପରିକ୍ରମା କରୁଥିବା ରଥ କୁ ଆଜି  ଆସିକା ରେ ପହଞ୍ଚିବା ପରେ ହାଟପଦା ନିକଟରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବା ସହ ଏକ ପଥ ପ୍ରାନ୍ତ ସଭା ଅନୁଷ୍ଟିତ ହୋଇଥିଲା।  ଗତ ପାଞ୍ଚ ତାରିଖ ଗୁରୁ ଦିବସ ଠାରୁ ଏହି ରଥ ଭାରତ ପରିକ୍ରମା ରେ ବାହାରିଛି। ଆସନ୍ତା ଅକ୍ଟୋବର ପାଞ୍ଚ ତାରିଖରେ ଏହି ରଥ ପରିକ୍ରମା ଶେଷ କରି ନୂଆଦିଲ୍ଲୀରେ ପହଞ୍ଚିବ। ଆସିକା ସ୍ଥିତ କରୋନେସନ ପାର୍କ ସମ୍ମୁଖରେ ଏହି ରଥ କୁ ବାଦ୍ୟ ବାଜଣା ସହିତ ସ୍ୱାଗତ କରାଯାଇଛି। ଶିକ୍ଷକ ସଂଘ ର ଉପଦେଷ୍ଟା ମିହିର କାନ୍ତ ମହାପାତ୍ର, ପୀତବାସ ମହାପାତ୍ର, ଲକ୍ଷଣ ବେହେରା, ଜିଲ୍ଲା ଅମଲା ସଙ୍ଘ ର ସମ୍ପାଦକ କିରଣ ପାଢ଼ୀ, ଲାଇନ ମ୍ୟାନ ସଙ୍ଘ ସମ୍ପାଦକ ବସନ୍ତ ସ୍ଵାଇଁ, ପୋଷ୍ଟାଲ  କର୍ମଚାରୀ ସଂଘ ର ସମ୍ପାଦକ ବସନ୍ତ ପାଠୀ,ରବି ନାରାୟଣ ଚୌଧୁରୀ, ମିଳିତ ଶିକ୍ଷକ ସଂଘ ର ସଭାପତି ସନ୍ତୋଷ ସେଠି, ସମ୍ପାଦକ ସରୋଜ ନାୟକ ସି ଆର ସି ସି ଶିବ ଶଙ୍କର ଜେନା ଙ୍କ ସମେତ ବହୁ ସଙ୍ଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ।

Leave A Reply