Odisha news

ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ

0

ବାରିପଦା  : ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଞ୍ଜପୁରର ଇନ୍ଡୋର ହଲ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ମାର୍ଗଦର୍ଶନରେ ୧୪ ଓ ୧୭ ବର୍ଷରୁ କମ୍ ବର୍ଗ ବାଳକ, ବାଳିକା ମାନଙ୍କର ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ୨୦୨୩-୨୪ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକଙ୍କ ପୌରହିତରେ ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରାଜେଶ କୁମାର ଷଡଙ୍ଗୀ ଯୋଗଦେଇ କ୍ରୀଡା ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ । ସେଣ୍ଟ୍ରାଲ ଅଫିସିଆଲ ଭାବେ ଦୀପକ ରାମ, ପ୍ରଦୀପ ଚୌଧୁରୀ ଏବଂ ପ୍ରତିଯୋଗିତାର ବିଚାରକ ଭାବେ ମଞ୍ଜିତ ସିଂ, ନିଶାନ୍ତ ରାମ, କୈଳାସ ମୋହାଳିକ, କ୍ଷୀରୋଦ ବେହେରା, ନାଦିଆ ଦାସ ଓ ସୋନାଲି ପରିଡା ପ୍ରମୁଖ ଯୋଗଦେଇ କ୍ରୀଡ଼ାବିତ୍ତମାନଙ୍କୁ ଚୟନ କରିଥିଲେ । କୃତି ପ୍ରତିଯୋଗୀ ମାନେ ଚଳିତ ସେପ୍ଟେମ୍ବର ମାସ ୨୫ ରୁ ୨୮ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ଓଡିଶା ରାଜ୍ୟସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।

Leave A Reply