ବ୍ରହ୍ମପୁର,୧୧।୧: ଲାଞ୍ଜିପଲ୍ଲୀ ବାଇପାସ ନିକଟ ଏକ ଅର୍ଦ୍ଧନିର୍ମିତ ଘରୁ ୭ଟି ଅଫୁଟା ବୋମା ଜବତ ହୋଇଛି ା ଏହି ବୋମା ଗଚ୍ଛିତ ମାମଲାରେ ଜଡିତ ଥିବା ଜଣେ ପୁରୁଣା ଅପରାଧୀଙ୍କୁ ବୈଦ୍ୟନାଥପୁର ଥାନା ପୁଲିସ ଅଟକ ରଖି ପଚରାଉଚରା କରୁଛି ା ସେହିପରି ଜବତ ବୋମାକୁ ବମ୍ ସ୍କ୍ବାର୍ଡ ଦ୍ବାରା ନିଷ୍କ୍ରିୟ କରିଦିଆଯାଇଛି ବୋଲି ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ ସଚନା ଦେଇଛନ୍ତି ା ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ କାବୁ କରିବାକୁ ଚେଷ୍ଟା ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି ା ଗତକାଲି ରାତି ୧୦ଟା ବେଳେ ବୈଦ୍ୟନାଥପୁର ଥାନାର ଏକ ପୁଲିସ ଟିମ ଲାଞ୍ଜିପଲ୍ଲୀ ବାଇପାସ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ସେହି ଅଞ୍ଚଳର ଏକ ଅର୍ଦ୍ଧନିର୍ମିତ ଘରେ କିଛି ଅପରାଧୀ ଏକାଠି ହୋଇ ଅପରାଧିକ ଯୋଜନା କରୁଥିବା ପୁଲିସ ଜାଣିବାକୁ ପାଇଥିଲା ା ଥାନା ଅଧିକାରୀ ସୁଚିତ୍ରା ପରିଡାଙ୍କ ନେତୃତ୍ବରେ ସେହି ଘରେ ପୁଲିସ ଚଢଉ କରିଥିଲା ା ହେଲେ ଚଢଉ ପୁର୍ବରୁ ସେଠାରେ ଉପସ୍ଥିତ ସମସ୍ତ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ା ହେଲେ ପୁଲିସ ସେହି ଘରୁ ଏକ ବ୍ୟାଗ ଭିତରେ ରଖାଯାଇଥିବା ୭ଟି ହାତ ତିଆରି ସୁତୁଲି ବୋମା ଜବତ କରିଥିଲା ା ଦୁର୍ବୃତ୍ତମାନେ ଗତ କିଛି ଦିନ ହେବ ଏହି ଅର୍ଦ୍ଧନିର୍ମିତ ଘରେ ଏକାଠି ହୋଇ ଆଡ୍ଡା ଜମାଉଥିେଲ ଏବଂ ବୋମା ଆଣି କୌଣସି ସ୍ଥାନରେ କିମ୍ବା କାହା ଉପରକୁ ଫିଙ୍ଗିବାକୁ ଯୋଜନା କରୁଥିଲେ ବୋଲି ପୁଲିସ ସନ୍ଦେହ କରିଥିଲା ା ଏହାପରେ ବୋମା ନିଷ୍କ୍ରିୟକାରୀ ଦଳ ଡକାଯାଇ ସମସ୍ତ ବୋମାକୁ ନିଷ୍କ୍ରିୟ କରାଯାଇଥିଲା ା ତେବେ ସେହି ଘରେ ଆଡ୍ଡା ଜମାଇଥିବା ଜଣେ ପୁରୁଣା ଅପରାଧୀଙ୍କ ବିଷୟରେ ଜଣାପଡିବା ପରେ ପୁଲିସ ତାଙ୍କୁ ଉଠାଇ ନେଇ ତଦନ୍ତ ଜାରି ରଖିଛି ା ଅନ୍ୟପକ୍ଷରେ ବ୍ରହ୍ମପୁର ସହରରେ ଥିବା ବିଭିନ୍ନ ଥାନା ପକ୍ଷରୁ ପୁଲିସ ପାଟ୍ରୋଲିଂ ପାଇଁ ସରକାରଙ୍କ ପକ୍ଷରୁ ଏକାଧିକ ଗାଡି ମିଳିବାକୁ ଯାଉଛି ବୋଲି ଏସପି କହିଛନ୍ତି