ଦଶପଲ୍ଲା : ଦଶପଲ୍ଲା ର ଅଗ୍ରଣୀ କ୍ରୀଡା ସଂଗଠନ ସ୍ପୋଟିଭ ସ୍ପୋର୍ଟସ ସୋସାଇଟି ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ମୈଦାନ ରେ ଚାଲିଥିବା ୨୫ ତମ ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତାର ପଞ୍ଚମ ଦିବସ ରେ ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲ ଖେଳ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମ ସେମିଫାଇନାଲ ରେ ଦ୍ଵାରିକା ମିଲନ ଫୂଟବଲ କ୍ଲବ ବନାମ ୟୁଥ ଡଭଲପମେଣ୍ଟ ,ଇମ୍ଫାଲ, ମଣିପୁର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଉଭୟ ଦଳ ଭଲ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ଗୋଲ ଦେବାରେ ବିଫଳ ହୋଇଥିଲେ । ଫଳରେ ଟାଇବ୍ରେକର ମାଧ୍ୟମ ରେ ଗୋଟିଏ ଗୋଲ ରେ ବିଜୟ ହାସଲ କରିଥିଲା ୟୁଥ ଡଭଲପମେଣ୍ଟ କ୍ଲବ ଇମ୍ଫାଲ ,ମଣିପୁର । ଏହି ବିଜୟ ପରେ ମଣିପୁର ଦଳ ଫାଇନାଲରେ ପ୍ରବେଶ କରିଥିବା ବେଳେ ଆସନ୍ତା ୧୯ ତାରିଖ ରେ ଫାଇନାଲ ଖେଳ ଅନୁଷ୍ଠିତ ହେବ । ଏହି ଖେଳକୁ କ୍ରୀଡା ଶିକ୍ଷକ ପ୍ରସନ୍ନ ନାଏକ , ଶ୍ୟାମ ସୁନ୍ଦର ସାହା,ରବୀନ୍ଦ୍ର ନାଏକ ପରିଚାଳନା କରିଥିବା ବେଳେ ଅତିଥିଭାବେ ଦଶପଲ୍ଲା ମଣ୍ଡଳ ଶିକ୍ଷା ଅଧିକାରୀ ଭକ୍ତ ବିନୋଦ ସଲ ଓ ଏବିଡିଓ ସାରଦା ମହାନ୍ତି ଯୋଗ ଦେଇ ଖେଳାଳି ମାନଙ୍କୁ ଉସ୍ଛାହିତ କରିଥିଲେ ।