Odisha news

ସେନା ଯୁଦ୍ଧ ପୋଷାକ ଜବତ କରାଯିବା ସହିତ ଦୋକାନୀଙ୍କ ନାମରେ ରୁଜୁ ହେଲା ଅପରାଧିକ ମାମଲା ।। 

0
ବ୍ରହ୍ମପୁର : ଭାରତୀୟ ସ୍ଥଳ ସେନାର ଯୁଦ୍ଧ ପୋଷାକ ବିକ୍ରି କରିବା ଦୋକାନୀକୁ ପଡ଼ିଲା ମହଙ୍ଗା । ଦୋକାନରେ ରହିଥିବା ସେନା ଯୁଦ୍ଧ ପୋଷାକ ଜବତ କରାଯିବା ସହିତ ଦୋକାନୀଙ୍କ ନାମରେ ରୁଜୁ ହେଲା ଅପରାଧିକ ମାମଲା । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ବ୍ରହ୍ମପୁର ସହରରୁ । ବ୍ରହ୍ମପୁର ଉପକଣ୍ଠରେ ରହିଥିବା ଆର୍ମି ଏଡ଼ି କଲେଜର ଜଣେ ଯବାନ ରାମବାବୁ ଡ଼ାଙ୍ଗୀ ବ୍ରହ୍ମପୁରର ରହିଥିବା ଗଞ୍ଜାମ ଗେଲେକ୍ସି ଦୋକାନରେ ସେନାର ନୂତନ ପୋଷାକ ବିକ୍ରି କରାଯାଉଥିବା ନେଇ ମିଲିଟାରୀ ଇଣ୍ଟିଲିଜେନ୍ସ ୟୁନିଟକୁ ଜଣାଇଥିଲେ । ସ୍ଥଳ ସେନାର ପୋଷାକ ଏଭଳି ଖୁଲମଖୁଲା ବିକ୍ରି କରିବା ବେଆଇନ ବୋଲି ମିଲିଟାରୀ ଇଣ୍ଟିଲିଜେନ୍ସ ୟୁନିଟ ବ୍ରହ୍ମପୁର ପୋଲିସକୁ ଖବର ଦେଇଥିଲା । ଖବର ପାଇବା ପରେ ଟାଉନ ଥାନା ପୋଲିସ ଗଞ୍ଜାମ ଗେଲେକ୍ସି ଦୋକାନରେ ଚଢ଼ାଉ କରି ୪୮୮ ମିଟର କପଡ଼ାକୁ ଜବତ କରିଥିଲା । ଜବତ କପଡ଼ାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ରହିଛି । ଏଭଳି ବେଆଇନ ଭାବେ ସ୍ଥଳ ସେନାର ପୋଷାକ ବିକ୍ରି କରୁଥିବା ଅଭିଯୋଗରେ ଦୋକାନୀଙ୍କ ନାମରେ ଏକ ଅପରାଧିକ ମାମଲା ରୁଜୁ ହୋଇଛି । କିନ୍ତୁ ଏହି ଆଇନ ସମ୍ପର୍କରେ ଜାଣିନଥିବା କହିଛନ୍ତି ଦୋକାନ ମାଲି । ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ଧରି ଏହି ଦୋକାନରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଠାରୁ ସେନା ବାହିନୀର ପୋଷାକ ମଧ୍ୟ ବିକ୍ରି ହେଉଥିଲା । ଆଉ ଏହି ପୋଷାକ କିଣିବା ନିମନ୍ତେ ବହୁ ସେନାବାହିନୀ ମଧ୍ୟ ଦୋକାନକୁ ଆସି ପୋଷାକ ନେଉଥିଲେ ।
Leave A Reply