Odisha news

ବନ୍ଦ ଘରୁ ମିଳିଲା ମା ଓ ପୁଅର ମୃତ ଦେହ

0
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଚୁଡ଼ିଆଲାଞ୍ଜି ଗାଁରେ ଅଭାବନୀୟ ଘଟଣା । ଏକ ବନ୍ଦ ଘରୁ ମିଳିଲା ମା ଓ ପୁଅର ମୃତ ଦେହ । ମୃତକ ହେଲେ ଡ଼ି.ନୀଳାବେଣୀ ଓ ତାଙ୍କ ୭ ବର୍ଷର ପୁଅ ଡ଼ି.ରିତିକ । ଡ଼ି.ନୀଳାବେଣୀ ନିଜ ପୁଅକୁ ଧରି ଘରେ ରହୁଥିବା ବେଳେ ଆଜି ସକାଳୁ ଆଉ ଘର କବାଟ ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଲାନଥିଲା । ଏହାକୁ ଦେଖି କିଛି ସ୍ଥାନୀୟ ବାସିନ୍ଦା କବାଟ ଖୋଲି ଦେଖିଲା ବେଳକୁ ମା ଓ ପୁଅ ଅଚେତ ଅବସ୍ଥାରେ ଚଟାଣରେ ପଡ଼ିଥିଲେ । ଏନେଇ ସ୍ଥାନୀୟ ବାସିନ୍ଦା ଜରଡ଼ା ଥାନାକୁ ଖବର ଦେବା ପରେ ପୋଲିସ ପହଞ୍ଚି ଦେଖିଲା ବେଳକୁ ଉଭୟଙ୍କ ମୃତ୍ୟୁ ହୋଇସାରିଥିଲା । ଘଟଣାକୁ ନେଇ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହ ତଦନ୍ତ ଆରମ୍ଭ କରିଛି ଜରଡ଼ା ଥାନା ପୋଲିସ । ତେବେ ଡ଼ି.ନୀଳାବେଣୀଙ୍କ ଦୁଇଟି ପୁଅ ରହିଥିବା ବେଳେ ଗୋଟିଏ ପୁଅ ହଷ୍ଟେଲରେ ରହୁଥିବା ବେଳେ ସାନପୁଅକୁ ଧରି ଘରେ ରହୁଥିଲେ ଓ ତାଙ୍କ ସ୍ବାମୀ ଦୁବାଇରେ କାମ କରୁଥିଲେ । ପୂର୍ବରୁ ପାରିବାରିକ କଳହ ରହିଥିବା ଯୋଗୁଁ ନିଜ ଶାଶୁ ଘର ଲୋକଙ୍କ ସହ ନ ରହି ଅନ୍ୟତ୍ର ଘରେ ମା ପୁଅ ରହୁଥିଲେ । ତେବେ ଆଜି ହଠାତ ଏଭଳି ମା ଓ ପୁଅର ମୃତ୍ୟୁକୁ ନେଇ ଜାଣିବା ପରେ ନୀଳାବେଣୀଙ୍କ ବାପା ଜରଡ଼ା ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ କାରଣ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।
Nalco
Leave A Reply