ବ୍ରହ୍ମପୁର : ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ କଲେଜ ଖେଳ ପଡ଼ିଆ ଠାରେ ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘ ପକ୍ଷରୁ ରବିବାର ଦିନ ଇଣ୍ଟର ସ୍କୁଲ ହ୍ୟାଣ୍ଡବଲ୍ ଟୁର୍ଣ୍ଣାମେଣ୍ଟ-୨୦୨୩ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଜିଲ୍ଲା ବିଜେଡି ସଭାପତି ଡଃ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ,ସ୍ଥାନୀୟ କର୍ପୋରେଟର ପ୍ରଦୀପ କୁମାର ଶତପଥୀ,ବ୍ରହ୍ମପୁର ଷ୍ଟାଡିୟମ ଇନଚାର୍ଜ ଗୋପାଳ ଦାସ,ଆଲଫା କ୍ରିକେଟ ସମ୍ପାଦକ ବିଜୟ କୁମାର ସିଂ ସାମନ୍ତ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ ।ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗିଙ୍କୁ ଉପସ୍ଥିତ ଅତିଥିମାନେ ଉତ୍ଚାହିତ କରିବା ସହ ଆଗାମୀ ଦିନରେ ହେବାକୁ ଥିବା ନ୍ୟାସନାଲ୍ ଚାମ୍ପିୟାନସିପ୍ ପ୍ରତିଯୋଗିତା ନିମନ୍ତେ ସିଂଥେଟିକ୍ ହ୍ୟାଣ୍ଡବଲ୍ ଗ୍ରାଉଣ୍ଡର ବ୍ୟବସ୍ଥା କରାଯିବା ସହ ସମସ୍ତ ସହଯୋଗ ଯୋଗାଇଦିଆଯିବ ବୋଲି ମେୟର ପ୍ରତିଶ୍ରୁତି ଦେଇଥିଲେ ।ଆଜିର ଏହି କାର୍ଯ୍ୟକ୍ରମକୁ ଗଂଜାମ ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘ ସମ୍ପାଦକ ସୁରେଶ ଚନ୍ଦ୍ର ପାଢୀ, ଏନ୍.ଆଇ.ଏସ୍ କୋଚ୍ ତଥା ଆନ୍ତର୍ଜାତୀୟ ରେଫ୍ରି ପ୍ରଶାନ୍ତ କୁମାର ରଥ, ଜିଲ୍ଲା ହ୍ୟାଣ୍ଡବଲ୍ ସଂଘର କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ଶୁଳ୍କା,ସାଙ୍ଘଠନିକ ସମ୍ପାଦକ ଶକ୍ତିଧର ରାଜଗୁରୁ, କୋଷାଧ୍ୟକ୍ଷ ଡାକ୍ତର ସିଏଚ୍ ମନୋଜ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ୩୨ଟି ଦଳ ଭାଗ ନେଇଥିବା ସଙ୍ଘ ସମ୍ପାଦକ ସୁରେଶ ପାଢ଼ୀ ସୂଚନା ଦେଇଛନ୍ତି ।ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ରେଫ୍ରି ଭାବେ ବି ସନ୍ଦିପ ପାତ୍ର, ଦୀପକ ମହାନ୍ତି,ଅଭିନାଶ ମେଦି, ବିକାଶ ସାମଲ,ରଜତ ପାତ୍ର,ପ୍ରୋମଦ ପଟ୍ଟନାୟକ, ରୋଷନ୍ ସେଠି,ଉତ୍ତମ ନାୟକ, ରାମାସିଶ,ଜି ଜ୍ୟୋତି ପାତ୍ର, ବର୍ଷା ବେହେରା, ବର୍ଷା ସେଠି ଓ ସ୍ୱାଗତିକା ପାତ୍ର ପ୍ରମୁଖ ପରିଚାଳନା କରୁଥିଲେ।