Odisha news

ଗାଙ୍ଗପୁର ପୋଲିସ୍ ର ଅବକାରୀ ଚଢ଼ାଉ ; ଦୁଇ ଗିରଫ

ବେଲଗୁଣ୍ଠା , 10/02, ରାଜ୍ୟର ବିଭିନ୍ନ ସ୍ଥାନରେ ଚୋରା ମଦ କାରବାର ପୋଲିସ୍ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଥିବା ବେଳେ ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗୀ ଗ୍ରାମ ଏବଂ ଏହାର ଆଖପାଖ ଅଞ୍ଚଳରେ ଗାଙ୍ଗପୁର ପୋଲିସ୍ ବାରମ୍ବାର ଚଢ଼ାଉ କରି ଦେଶୀ ମଦ ଏବଂ ଏହାର ପ୍ରସ୍ତୁତିରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ଗିରଫ କରୁଥିଲେ ସେହି ଅଞ୍ଚଳର ଲୋକେ ସୁଧୁରିବାର ନାଁ ଧରୁ ନାହାନ୍ତି I କିଛି ଦିନର ବ୍ୟବଧାନ ପରେ ଆଜି ପୁଣି ଗାଙ୍ଗପୁର ପୋଲିସ୍ କୁଲାଙ୍ଗୀ ଗ୍ରାମରେ ଚଢ଼ାଉ କରି 2500 ଲିଟର୍ ପୋଚ ନଷ୍ଟ କରିବା ସହ 650 ଲିଟର୍ ଦେଶୀ ମଦ, ଦୁଇଟି ମୋଟରସାଇକେଲ୍ ଜବତ କରି ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି I ଏନେଇ ଗାଙ୍ଗପୁର ଥାନାରେ କେଶ୍ ନମ୍ବର୍ 47/21 ଏବଂ 48/21 ରେ ଦୁଇଟି ପୃଥକ ମାମଲା ରୁଜୁ କରାଯାଇ ତଦନ୍ତକାରୀ ଅଫିସର ସୁକାନ୍ତ କୁମାର ପ୍ରଧାନ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା କଥା ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାସ ପ୍ରକାଶ କରିଛନ୍ତି I
Nalco

Comments are closed.