Odisha news

ଭୁବନେଶ୍ୱର ରୁ ଗାଡ଼ି ଭଡା ନେଇ ଗାଡି ଚାଳକ କୁ ହତ୍ୟା ଘଟଣା : କାର ଭଡ଼ା ନେଇଥିବା ପ୍ରେମୀ ଯୁଗଳ ଗିରଫ

ବୋରିଗୁମ୍ମା (କେ.ସାକିଲି ଦୋରା) : ଭୁବନେଶ୍ୱର ରୁ କାର ଭଡ଼ାରେ ନେଇ କାର ଚାଳକ କୁ ହତ୍ୟା କରିବା ପରେ କାର ନେଇ ଫେରାର ହେବାର ଖୁଲାସା କରିଛି ପୋଲିସ।କାର ଭଡ଼ା ନେଇ କୋରାପୁଟ ଆସିଥିବା ପ୍ରେମୀ ଯୁଗଳ ହିଁ ସୁଧିର ସାହୁ ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ବୋଲି କୋରାପୁଟ ଏସ ପି ବରୁଣ ଗୁଣ୍ଟୁପାଲି ବୋରିଗୁମ୍ମା ଥାନାରେ ଏକ ଖବରଦାତା ସମ୍ମିଳନୀରେ ରେ ସୂଚନା ଦେଇଛନ୍ତି। ଏସ ପି ଶ୍ରୀ ଗୁଣ୍ଟୁପାଲି କହିଥିଲେ କୋରାପୁଟ ଜିଲ୍ଲାର ଗୁପ୍ତେଶ୍ଵର ଯିବା ପାଇଁ ଏକ ପ୍ରେମୀ ଯୁଗଳ ରାୟଗଡା ରାସ୍ତା ଦେଇ କୋରାପୁଟ ରେ ଗତ ମାସ ୨୫ ତାରିଖରେ ପହଞ୍ଚିଥିଲେ। ସେଠାରେ ୨୫ ତାରିଖ ରାତି ୧୦ ରେ  ଶିବା ଢାବା ରେ ଖାଇଥିଲେ। କାର ଚାଳକ ସୁଧିର ସାହୁ ଓ ଅଭିଯୁକ୍ତ ଦୁହେଁ   ଢ଼ାବା ରେ ପ୍ରଚୁର ମଦ୍ୟପାନ କରିଥିଲେ। ପରେ ଗୁପ୍ତେଶ୍ଵର ପରିବର୍ତ୍ତେ ବଲାଙ୍ଗୀର ଜିଲ୍ଲା ହରି ଶଙ୍କର ଯିବା ପାଇଁ ୨୫ ତାରିଖ ରାତିରେ କୋରାପୁଟ ରୁ ବାହାରିଥିଲେ।କାର ଚାଳକ ପ୍ରଚୁର ମଦ୍ୟପାନ ଯୋଗୁଁ  ଅଭିଯୁକ୍ତ ହିଁ କାର ଚଳାଇ ରାଣିଗଡ଼ ରାସ୍ତାରେ ଆସୁଥିଲା। ବୋରିଗୁମ୍ମା ଥାନା ଅନ୍ତର୍ଗତ ଛତ୍ରଲା ନିକଟରେ କାର ରଖି ତିନିଜଣ ଶୋଇ ଥିଲେ। ଠିକ ଏହି ସମୟରେ କାର ଚାଳକ ସୁଧିର ଅଭିଯୁକ୍ତ ର ପ୍ରେମିକା ଦେହରେ ବାରମ୍ବାର ହାତ ମାରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପ୍ରେମୀ ଯୁଗଳ ଗାମୁଛା ରେ ବେକ ଚିପି ହତ୍ୟା କରିଥିଲେ। ହତ୍ୟାକାଣ୍ଡ ଭିଆଇବା ପରେ ଛତ୍ରଲା ନିକଟ ଵିଲ ରେ କାର ଚାଳକ ସୁଧିର ସାହୁ ର ମୃତ ଦେହ ଫିଙ୍ଗି ବୋରିଗୁମ୍ମା ରାସ୍ତା ଦେଇ ଫେରାର ହୋଇଯାଇଥିଲେ। ଫେରାର ହେବା ସମୟରେ କାର, ସୁଧିର ର ମୋବାଇଲ  ଓ ପର୍ସ ନେଇଯାଇଥିଲେ। ବୋରିଗୁମ୍ମା ନିକଟସ୍ଥ କୁନ୍ଦୁରାଗୁଡା ନିକଟରେ ସୁଧିର ର ମୋବାଇଲ କୁ ରାସ୍ତା କଡରେ ଫିଙ୍ଗି ପଳାଇଥିଲେ। କୋରାପୁଟ ଏସ ପି ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଏକ ଛଅ ଜଣିଆ  ଟିମ ଗଠନ କରିଥିଲେ। ସେହି ଟିମରେ ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ, ଜୟପୁର ସଦର ଥାନା ଏସ ଆଇ ଆଦିତ୍ୟ ମହାଙ୍କୁଡ ଓ ଅନ୍ୟ ପୋଲିସ ଅଧିକାରୀ ଥିଲେ ।ପୋଲିସ ଚତୁରତାର ସହ ରାଉରକେଲା ର ଅମରଭବନ ହୋଟେଲ  ରେ ଅଭିଯୁକ୍ତ ପ୍ରେମୀ ଯୁଗଳ ଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ନିକଟ ରୁ କାର,ତିନୋଟି ମୋବାଇଲ ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତ ପ୍ରେମୀ ଯୁଗଳ ଯାଜପୁର ଜିଲ୍ଲାର ହୋଇଥିବା ବେଳେ ପ୍ରେମିକ ଯାଜପୁର ଟାଉନ ଥାନା ଅଞ୍ଚଳ ର ହୋଇଥିବା ବେଳେ ପ୍ରେମିକା ବିଂଝାରପୁର ଥାନା ଅଞ୍ଚଳ ର ପୋଲିସ ସୂଚନା ଦେଇଛନ୍ତି। ୩୫ ବର୍ଷୀୟ ପ୍ରେମିକ ବିବାହିତ । ସେ ୨୦ ବର୍ଷୀୟା ପ୍ରେମିକା କୁ ନେଇ ଭୁବନେଶ୍ୱର ନନ୍ଦନକାନନ ନିକଟ ଏକ ଆପାର୍ଟମେଂଟରେ ଲିବ ଇନ ରିଲେସନ ରେ ରହି ଆସୁଥିଲେ। ବିଳମ୍ବ ରେ ହେଲେ ବି ପୋଲିସ ଦୁଇ ଅଭିଯୁକ୍ତ ଙ୍କୁ ଧରିବାରେ ସଫଳ ହୋଇଛି। ଆଜି ଅପରାହ୍ନ ରେ  ଅଭିଯୁକ୍ତ ପ୍ରେମୀ ଯୁଗଳ ଙ୍କୁ କୋର୍ଟ ଚାଲାଣ କରାଯାଇଛି।

Comments are closed.