କୋଦଳା : (୧୦/୦୨/୨୦୨୧) : ବେଗୁନିଆପଡ଼ା ବ୍ଳକରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ବୁଧବାର ଅନୁଷ୍ଠିତ ହୋଇଯାଇଛି। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତିରେ ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ଖଲ୍ଲିିକୋଟ ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳର ବିଧାୟକ ପ୍ରାଥୀ କାଶୀନାଥ ବେହେରା ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । କିଛିଦିନ ତଳେ ଶ୍ରୀ କାଶୀନାଥ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ। ବୁଧବାର ସେ ତାଙ୍କ ସମର୍ଥକ ମାନଙ୍କ ସହିତ ବିଜେଡି ରେ ଯୋଗ ଦେଇଛନ୍ତି ।ଏଥି ସହିତ ବୁରୁଝରି ପଂଚାୟତର ପୂର୍ବତନ ସରପଞ୍ଚ ସତ୍ୟ ନାୟକ ମଧ୍ୟ ବିଜେଡିରେ ଯୋଗଦେଇଛନ୍ତି । ନଵୀନ ବାବୁଙ୍କ ନୀତି ଆଦର୍ଶ ଓ ବିଧାୟିକା ଙ୍କ ସାଙ୍ଗଠନିକ ତଥା ଜନ ସମ୍ପର୍କରେ ଅନୁପ୍ରାଣିତ ହୋଇ ଯୋଗଦେଇ ଥିବା ସେ କହିଛନ୍ତି। ମିଶ୍ରଣ ପର୍ବ ପରେ ବିଭିନ୍ନ ପ୍ରକଲ୍ପର ଉଦଘାଟନ କରିଥିଲେ ବିଧାୟିକା। ଏସ୍ ଛଚିନା ପଞ୍ଚାୟତର ମଗୁରାଣିଚାଞ୍ଚରା ଗ୍ରାମ୍ୟ ଜଳ ପ୍ରକଳ୍ପ ଉଦଘାଟନ ସହ ହରିପୁର ଦୁଆରଶୁଣି ଜଳ ପ୍ରକଳ୍ପ, ଗୁଞ୍ଜବଳା ଠାରେ ଯାତ୍ରୀ ବିଶ୍ରାମଗାର, ନୂଆପଲ୍ଲୀ ଠାରେ ପାନୀୟ ଜଳ ପ୍ରକଳ୍ପ ,ତାଳଗାଁ ଠାରେ ପାନୀୟ ଜଳ ପ୍ରକଳ୍ପ ର ଶୁଭ ଉଦଘାଟନ କରିଥିଲେ ବିଧାୟିକା। ଏତଦବ୍ୟତୀତ ଶାଳିଆ ଡ୍ୟାମ ତଳ ରାସ୍ତାର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ କରିଥିଲେ। ଏହି ଅବସରରେ ବ୍ଲକ ବିଜେଡ଼ି ସଭାପତି ବିଜୟ କୁମାର ଦୋରା, ବିଜୁ ଶ୍ରମିକ ସାମୁଖ୍ୟ ଜିଲ୍ଲା ଉପସଭାପତି ବିଜୟ କୁମାର ନାୟକ, ବରିଷ୍ଠ ନେତା ସୁରେନ୍ଦ୍ର ନାଥ ତିଆଡ଼ି , ଅଙ୍ଗାର ଗାଁ ସରପଞ୍ଚ ସରୋଜ କୁମାର ସାହୁ, ଶାଙ୍କୁଡ଼ା ସରପଞ୍ଚ ସନ୍ତୋଷ କୁମାର ସାହୁ, ସମିତି ସଭ୍ୟ କବିରାଜ ନାୟକ, ଦୁର୍ଯ୍ୟୋଧନ ଗୌଡ଼, ମନୋରଞ୍ଚନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଉଦଘାଟନ ଉତ୍ସବରେ ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡା, ଙ୍କ ସମେତ କନିଷ୍ଠ ଯନ୍ତ୍ରୀ ଓ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।
Comments are closed.