ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ କୋରୁଅ ପଞ୍ଚାୟତର ଧୁଆଁପଦା ଗାଁ ନିକଟରେ ପୂର୍ତ୍ତ ବିଭାଗ ଦ୍ଵାରା କରାଯାଉଥିବା ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଅତି ନିମ୍ନମାନର କରାଯାଇ ଥିବାରୁ ରାସ୍ତା ଦବି ଯିବା ହେତୁ ମଣ୍ଡିରୁ ଧାନ ନେଇ ଯାଉଥିବା OR-05-D-7095 ନମ୍ବର ଟ୍ରକଟି ଭାରସାମ୍ଯ ହରାଇ ଓଲଟି ପଡ଼ିଛି। କାହାର କିଛ଼ି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି ।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି କିଛ଼ି ଦିନ ତଳେ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ କରାଯାଇଅଛି। ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ହେବା ବେଳେ ବିଭାଗୀୟ ଯନ୍ତ୍ରୀଙ୍କ ଦେଖା ମିଳି ନଥାଏ ତାଙ୍କ ଜାଗାରେ ସମୟ ସମୟରେ ଉକ୍ତ ବିଭାଗର ଜଣେ ଖଲାସି ଆସି କାର୍ଯ୍ୟକୁ ତଦାରଖ କରନ୍ତି ଯାହା ଦ୍ୱାରା ଠିକାଦାରକୁ ନିମ୍ନମାନର କାର୍ଯ୍ୟ କରିବା ପାଇଁ ସୁଯୋଗ ମିଳେ । ଯାହାର ଫଳ ସ୍ୱରୂପ ନିର୍ମାଣ କଙ୍କ୍ରିଟ୍ ରାସ୍ତାରେ ଟ୍ରକ ଦବିଯାଇ ଓଲଟି ପଡୁଚି।ଭାଗ ମାପ ଠିକ୍ ନଥାଇ ଅତ୍ୟଧିକ ବାଲିରେ ନିର୍ମାଣ କରାଯାଇଛି ରାସ୍ତା। ଏହା ହେଉଛି ଆମ ରାଜ୍ଯ ସରକାର ଓ ମୋ ସରକାର ୫ ଟିର ଜ୍ୱଳନ୍ତ ଉଦାହରଣ। ଏଠି ଠିକାଦାର ଓ ଯନ୍ତ୍ରୀ ମାଲାମାଲ। ରାଜ୍ଯ ରାଜକୋଶ ହେଉଛି ଖାଲି ସାଧାରଣ ଜନତା ହେଉଛନ୍ତି ହିନସ୍ଥା ।
Comments are closed.