ପାକିସ୍ଥାନ ଗୁଇନ୍ଦା ବିଭାଗ ISI ଭାରତରେ ଅସ୍ଥିରତା କରିବା ପାଇଁ ଗୋଟିଏ ଭୟଙ୍କର ଉପାୟ ବାହାର କରିଛି, ସେନା ର ଯବାନ ଓ ଅଫିସରଙ୍କ ପରେ ବର୍ତମାନ ଭାରତୀୟ ରାଜନେତା, ଭିଆଇପି ଓ ଉଚ ପଦସ୍ଥ ଅଧିକାରୀ ଙ୍କୁ ଫାସ ରେ ପକାଇବାର ସଯଇସ କରିଛି ISI , ପଶ୍ଚିମବଙ୍ଗର ଚର୍ଚିତ କାଣ୍ଡ ରେନେସା କାଣ୍ଡ ର ଯାଞ୍ଚ କରୁଥିବା ସ୍ପେଶାଲ ଷ୍ଟାସ୍କ ଫୋର୍ସ ଗୋଟିଏ ଭୟଙ୍କର କାଣ୍ଡ ବିଷୟରେ ଖୁଲାସା କରି ସମସ୍ତ ଇଣ୍ଟରନେଶନାଲ ଜାସୁସି ନେଟୱାର୍କ ର ପର୍ଦାଫାଶ କରିଛି l

ଏହି ସମ୍ପୂର୍ଣ ଘଟଣାକୁ ଯାଞ୍ଚ କରି STF ଓ ପୋଲିସ ପକ୍ଷରୁ ଝାରଖଣ୍ଡ ରେ ଅର୍ପିତା ସରକାର ନାମକ ମହିଳା କୁ ଗିରଫ କରାଯାଇଛି, ଗିରଫ କରିବାର ତୁରନ୍ତ ପରେ ଏସଟିଏଫ ଟିମ ତାକୁ ବର୍ଦ୍ଧମାନ ପୋଲିସ ଷ୍ଟେସନ ନେଇ ପହଞ୍ଚିଥିଲା, ଅର୍ପିତା କୁ ପଚରାଉଚରା ରେ ଯେଉଁ ତଥ୍ୟ ମିଳିଥିଲା, ତାହା ସୁରକ୍ଷା ଏଜେନ୍ସି ମାନଙ୍କର ନିଦ ଉଡାଇ ଦେଇଛି, ଅର୍ପିତା କୁ ରାଜନୀତିରେ ପ୍ରଭାବଶାଳୀ ବ୍ୟକ୍ତି ବିଶେଷ, ସରକାରୀ ବଡ଼ ବଡ଼ ଅଧିକାରୀ ଓ ତାଙ୍କ ନିକଟତର ବ୍ୟକ୍ତିଙ୍କୁ ନିଜ ସୌନ୍ଦର୍ୟ ରେ ଫସାଇ ହନି ଟ୍ରାପ କରି ବିଭିନ୍ନ ତଥ୍ୟ ସଂଗ୍ରହ କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା, ଅର୍ପିତା ଉପରେ କେବଳ ସମ୍ବେଦନଶୀଳ ତଥ୍ୟ ଲିକ କରିବା ନୁହେଁ, ବରଂ ବଡ଼ ବଡ଼ ନେତାଙ୍କୁ ଫସାଇ ହନି ଟ୍ରାପ ଜରିଆରେ ଫସାଇ ଅପହରଣ କରିବାକୁ ନିର୍ଦେଶ ମଧ୍ୟ ଦିଆଯାଇଥିଲା l

STF ନିକଟରୁ ମିଳିଥିବା ତଥ୍ୟ ଅନୁସାରେ ଅର୍ପିତା ସରକାର ଓ ହମିମ ମଣ୍ଡଳ ଙ୍କର ଏହି ନେଟୱାର୍କ କେବଳ ପଶ୍ଚିମବଙ୍ଗ କିମ୍ବା ଝାରଖଣ୍ଡ ରେ ସୀମିତ ନୁହେଁ, ଏହାର ଡୋର ଖୁବ ଲମ୍ବ, ଏଥିରେ ଉତ୍ତରପ୍ରଦେଶ, ବିହାର ଭଳି ରାଜ୍ୟ ର ଅନେକ ସନ୍ଦିଗ୍ଧ ସମ୍ପର୍କ ରେ ରହିଛନ୍ତି, STF ବର୍ତମାନ ସେହି ଅଫିସର ଓ ନେତାଙ୍କ ସୂଚୀ ପ୍ରସ୍ତୁତ କରୁଛି, ଯିଏକି ଏହି ଅପରାଧୀ ମାନଙ୍କ ସମ୍ପର୍କ ରେ ରହିଥିଲେ କିମ୍ବା ଯେଉଁ ମାନଙ୍କୁ ଟାର୍ଗେଟ ରେ ରଖାଯାଇଥିଲା, STF ପକ୍ଷରୁ କୁହାଯାଇଛି ଯେ ଆଗାମୀ ଦିନରେ ଅନେକ ଦେଶ ଦ୍ରୋହୀ ଗିରଫ ହେବାର ସମ୍ଭାବନା ରହିଛି l