ଦିଲ୍ଲୀ ରେ ଜୁଲାଇ ୨୦ରେ ସିଜେପି ପ୍ରଦର୍ଶନକାରୀ ଓ ପୋଲିସ ମଧ୍ୟରେ ହୋଇଥିବା ହିଂସା ର ପ୍ରତିଛବି ଆମେ ସମସ୍ତେ ଦେଖିଚୁ, ସାରା ଦେଶବାସୀ ଙ୍କ ମୁହଁ ରେ ରହିଛି ଛାତ୍ର ମାନଙ୍କ ପାଇଁ ସମବେଦନା , କିନ୍ତୁ ଏହି ହିଂସାରେ ଲହୁଲୁହାଣ ହୋଇଥିବା ଖାକୀ ପୋଷାକଧାରୀ ଙ୍କ ପଛରେ ରହିଯାଇଥିବା ତାଙ୍କ ପରିବାର ସଦସ୍ୟ ଙ୍କ ଯନ୍ତ୍ରଣାକୁ କେତେଜଣ ବା ବୁଝି ପଚାରିଛନ୍ତି , ତାହା ସମସ୍ତଙ୍କ ପାଇଁ ଅଶୁଣା ରହି ଯାଇଥାଏ, ସୋସିଆଲ ମିଡିଆରେ ଏକ ତରଫା କାହାଣୀ ମଧ୍ୟରେ ମଧ୍ୟରେ ବର୍ତମାନ ଦିଲ୍ଲୀ ପୋଲିସ ର ଆହତ ଯବାନ ଙ୍କ ପରିଜନ ନିଜ ନିରବତାକୁ ଭାଙ୍ଗି ସେହି ଭୟଙ୍କର ରାତିର ଘଟଣାକୁ ବଖାଣିଛନ୍ତି l
ହିଂସାରେ ଆହତ ହୋଇଥିବା ଜଣେ ACP ଙ୍କ ପତ୍ନୀ ନୀତ କୌର ସେହି ଭୟାନକ ରାତିର କଥାକୁ ମନେପକାଇ ଶିହରୀ ଉଠିଛନ୍ତି, ଏବଂ କହିଛନ୍ତି ଯେ ‘ ଜୁଲାଇ ୨୦ ତାରିଖ ପାଖାପାଖି ରାତି ୧୦ ଟା ସମୟ ରେ ଯେତେବେଳେ ମୋ ସ୍ୱାମୀ ଆହତ ଅବସ୍ଥାରେ ଘରକୁ ଫେରିଥିଲେ, ତାଙ୍କୁ ସେହି ଅବସ୍ଥାରେ ଦେଖିବା ମୋର ଓ ମୋର ୨ବର୍ଷ ର ଝିଅର ଦେଖି ଡରି ଯାଇଥିଲୁ, ଲୋକେ ଏହା ଭୁଲି ଯାଇ ଥାଆନ୍ତି ଯେ ଗୋଟିଏ ଖାକୀ ପୋଷାକ ପଛରେ ଗୋଟିଏ ପୋଲିସ ଅଫିସର ନଥାଏ, ତାର ସମ୍ପୂର୍ଣ ପରିବାର ଥାଆନ୍ତି, ଯିଏକି ପ୍ରତ୍ୟେକ ସମୟରେ ସୁରକ୍ଷିତ ଘରକୁ ଫେରିବାର ପ୍ରାର୍ଥନା କରିଥାଆନ୍ତି l
ସେହିଭଳି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା କୁନ୍ତଳ ଙ୍କ ପିତା ଦିଲ୍ଲୀ ପୋଲିସ ରେ SI ଅଟନ୍ତି, ଏହି ହିଂସାରେ ଉତେଜିତ ଭିଡ଼ ତାଙ୍କୁ ପିଟି ତାଙ୍କ ମୁଣ୍ଡ ଫଟାଇ ଦେଇଥିଲେ, ଯେତେବେଳେ ମୋ ବାପା ଡିଉଟି ରୁ ଫେରୁଥିଲେ କହୁଥିଲେ ବର୍ତମାନ ଛାତ୍ରଙ୍କର ଏହି ପ୍ରଦର୍ଶନ ଆଉ ଶାନ୍ତିପୂର୍ଣ ହୋଇ ନାହିଁ, ଏଥିରେ କିଛି ଅସାମାଜିକ ତତ୍ୱ ପଶି ସାରିଲାଣି, ଏବଂ ସୋସିଆଲ ମିଡିଆରେ ମୋ ପିତାଙ୍କୁ ହିଁ ଅପରାଧୀ କରାଯାଉଛି, ଯେଉଁ ଲୋକମାନେ ମୋ ପିତାଙ୍କୁ ଆହତ କରିଛନ୍ତି ସେମାନେ ବର୍ତମାନ ସୁପ୍ରିମକୋର୍ଟ ରେ ପହଂଚି ନ୍ୟାୟ ଚହୁଁଛନ୍ତି, ତେଣୁ ମୋତେ ମଧ୍ୟ ନ୍ୟାୟ ଦରକାର ମୁଁ ମଧ୍ୟ ସୁପ୍ରିମ କୋର୍ଟ ଙ୍କ ଦ୍ୱାରସ୍ଥ ହେବି l
