କିନ୍ତୁ ଏହି ବର୍ଷା ଋତୁ ଆସିବା ମାତ୍ରକେ ମନରେ ଗୋଟିଏ ପ୍ରକାରର ଆନନ୍ଦ ଉଲ୍ଲାସ ଦେଖିବାକୁ ମଧ୍ୟ ମିଳିଥାଏ l କିଛି ଲୋକ ବର୍ଷରେ ଭିଜିବା ପାଇଁ ଖୁବ ଆନନ୍ଦ ଲାଭ କରନ୍ତି , ଯାହାକୁ ଆମେ ମେଡିକାଲ ଭାଷାରେ ରେନ ବାଥ କହିଥାଉ l ଆମେ ଭାବିଥାଉ ଯେ ବର୍ଷାରେ ଭିଜିବା ଦ୍ୱାରା ଦେହ ଅସୁସ୍ଥ ହେବାର ଅନେକ ସମ୍ଭାବନା ରହିଥାଏ l କିନ୍ତୁ ଏହା ସାଧାରଣ ସର୍ଦି କାଶ ଅଟେ l ବର୍ଷା ଋତୁରେ ବର୍ଷାରେ ଭିଜିବା ଦ୍ୱାରା ଶରୀର କୁ ମିଳିଥାଏ ଅନେକ ଲାଭ l
* ବର୍ଷା ପାଣିରେ ଏଭଳି କିଛି ମିନେରାଲସ ରହିଥାଏ , ଯାହାକି ମଣିଷ ଶରୀର ପାଇଁ ଖୁବ୍ ଲାଭ ଦାୟକ ଅଟେ l ବର୍ଷା ପାଣି ରେ ଅଲ୍କାଲାଇନ ପିଏଫ୍ ରହିଥାଏ , ଯାହା କେଶ କୁ ମଜବୁତ କରିବାରେ ସାହାଯ୍ୟ କରିଥାଏ l ଏଥିରେ ହେବି ମେଟାଲ ନଥିବା କାରଣରୁ କେଶ କୁ ଆକର୍ଷଣୀୟ କରିଥଏ l
* ବର୍ଷା ପାଣି କେବଳ କେଶ ପାଇଁ ନୁହେଁ ତ୍ୱଚା ପାଇଁ ମଧ୍ୟ ଖୁବ ଉପକାରୀ l ଏହା ସ୍କିନ ର ମଈଶ୍ଚର କୁ ମେଣ୍ଟେନ କରିଥାଏ ଓ ଶରୀର ର ମଳି କୁ ଖୁବ ସହଜ ରେ ଧୋଇ ଦେଇଥାଏ l
* ଗବେଷକ ଙ୍କ ମତରେ ବର୍ଷା ପାଣି ରେ ଗାଧୋଇବା ସମୟରେ ସେରୋଟନୀନ ଓ ଇଣ୍ଡରଫିନ ନାମକ ହର୍ମନ ରିଲିଜ ହୋଇଥଏ l ଏହି ହର୍ମନ ମାନସିକ ଉତେଜନା ଓ ଚିନ୍ତା ଦୂର କରିବାର କାର୍ଯ୍ୟ କରିଥାଏ l ଆପଣଙ୍କ ମଧ୍ୟରେ ଆନନ୍ଦ ର ଅନୁଭବ କରାଇ ଥାଏ l
* ବର୍ଷା ପାଣିରେ ଗାଧୋଇବା ଦ୍ୱାରା ମାଇଣ୍ଡ ଓ ବଡ଼ି ରିଲାକ୍ସ ହୋଇଥାଏ l ରେନ ବାଥ ବିଶେଷ ଭାବେ ହାର୍ମୋନାଲ ଅସନ୍ତୁଳନ ସମସ୍ୟା କୁ ଦୂର କରିଥାଏ l
ଧ୍ୟାନ ଦିଅନ୍ତୁ -:
– କଦାପି ବର୍ଷା ଋତୁର ପ୍ରାରମ୍ଭିକ ବର୍ଷାରେ ଗାଧୋଇବେ ନାହିଁ l ଏହା ଦୂଷିତ ହୋଇଥାଏ l
– ଦୀର୍ଘ ସମୟ ପର୍ଯ୍ୟନ୍ତ ବର୍ଷା ପାଣିରେ ଗାଧାନ୍ତୁ ନାହିଁ l
