Odisha news

ପୁଅ କୁ ଅପେକ୍ଷା କରି ରହିଛନ୍ତି ଇଂଲଣ୍ଡ ରେ ସଂଜୀବ ସୂର୍ଯ୍ୟବଂଶୀ

0

ପୁଅ ପହଂଚିବା ପୂର୍ବରୁ ସଂଜୀବ ସୂର୍ଯ୍ୟବଂଶୀ ପହଂଚିଛନ୍ତି ଇଂଲଣ୍ଡ ରେ
ବାପା ଦେଖିବେ ପୁଅଙ୍କ ଖେଳ ବିଦେଶୀ ମାଟିରେ
ସଂଜୀବ ଇଂଲଣ୍ଡ ରେ ରାଜସ୍ଥାନ ରୟାଲସ ମାଲିକଙ୍କୁ କରିଛନ୍ତି ସାକ୍ଷାତ
ଲକ୍ଷ୍ମୀ ମିତ୍ତଲ ବୈଭବଙ୍କୁ ପୋତି ପକାଇଛନ୍ତି ପ୍ରଶଂସା ରେ

ଭାରତୀୟ କ୍ରିକେଟ ଟିମ ର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ଆଜିକାଲି ଚର୍ଚାରେ ରହିଛନ୍ତି, ଇଂଲଣ୍ଡ ଗସ୍ତ ପୂର୍ବରୁ ବୈଭବ ଙ୍କ ନାମର ଚର୍ଚା  ୭ ସମୁଦ୍ର ପାର ହୋଇ ଲଣ୍ଡନ ରେ ଶୁଭୁଚି, ଭାରତ-ଇଂଲଣ୍ଡ ମୁକାବିଲା ପୂର୍ବରୁ ବୈଭବ ଙ୍କ ନଜର ଆୟାରଲ୍ୟାଣ୍ଡ ବିରୁଦ୍ଧରେ ଜୁନ ୨୬ ରେ ହେବାକୁ ଥିବା ଟି -20 ସିରିଜ ର ଇଣ୍ଟରନେଶନାଲ କ୍ରିକେଟ ରେ ରହିଛି l

ବର୍ତମାନ ବୈଭବ ଙ୍କ  ସୂର୍ଯ୍ୟବଂଶୀ ଲଣ୍ଡନ ରେ ଅଛନ୍ତି, ଆୟାରଲ୍ୟାଣ୍ଡ ସିରିଜ ସମାପ୍ତ ହେବାପରେ ବୈଭବ ଟିମ ଇଣ୍ଡିଆ ସହିତ ଲଣ୍ଡନ ଗସ୍ତରେ ଯିବେ, ଯେଉଁଠି ୫ଟି ଟି-20 ମୁକାବିଲାର ସିରିଜ ଖେଳାଯିବ, ବୈଭବ ଲଣ୍ଡନ ରେ ପହଂଚିବା ପୂର୍ବରୁ ତାଙ୍କ ପିତା ସଂଜୀବ ସୂର୍ଯ୍ୟବଂଶୀ ଲଣ୍ଡନ ରେ ପହଂଚି ସାରିଲେଣି, ଯେଉଁଠି ସେ ଦୁନିଆର ଅରବପତି ବ୍ୟବସାୟୀ ଓ  ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟଲସ ର ମାଲିକ ଲକ୍ଷ୍ମୀ ମିତଲ ଙ୍କ ସହିତ ସାକ୍ଷାତ କରିଛନ୍ତି l

ମିଳିଥିବା ସୂଚନା ଅନୁସାରେ ମିତଲ ପରିବାର ସଂଜୀବ ସୂର୍ଯ୍ୟବଂଶୀ ଙ୍କ ସହିତ ଗୋଟିଏ ସୌଜନ୍ୟମୂଳକ ସାକ୍ଷାତକାର କରି ବୈଭବ ଙ୍କର ଭୁରି ଭୁରି ପ୍ରଶଂସା କରିଛନ୍ତି ଓ ବୈଭବ ଙ୍କୁ ରାଜସ୍ଥାନ ରୟାଲସ ର ଗର୍ବ ଓ ଗୌରବ ବୋଲି କହିଛନ୍ତି l ସଂଜୀବ ସୂର୍ଯ୍ୟବଂଶୀ ନିଜ ଫେସ୍ବୁକ ପୋଷ୍ଟ ରେ ଏହି ସାକ୍ଷାତକାର ର ଫଟୋ ସେୟାର କରି ଲେଖିଛନ୍ତି ‘ଲଣ୍ଡନ ରେ ରାଜସ୍ଥାନ ରୟଲସ ର ମାଲିକ ମିତଲ ଜୀ, ଆଦିତ୍ୟ ମିତଲ ଙ୍କ ସହିତ ଏବଂ ରାଜସ୍ଥାନ ରୟଲସ ର ସିଇଓ ଆଲୋକ ଜୀ ଓ ରୋମି ଜୀ ଙ୍କୁ ସାକ୍ଷାତ କରି ଖୁସି ଲାଭ କରିଛି l  ‘

ଭାରତୀୟ ଦଳ ଆଜି ପର୍ଯ୍ୟନ୍ତ ଖେଳିଥିବା ଇଣ୍ଟରନେଶନାଲ ମ୍ୟାଚ ରେ ଖେଳାଳି ମାନଙ୍କ ମଧ୍ୟରେ ବୈଭବ ହେଉଛନ୍ତି ସବୁଠୁ କମ ଆୟୁର ଖେଳାଳି, ଇଂଲଣ୍ଡ ବିରୁଦ୍ଧରେ ବୈଭବ ଙ୍କୁ ପ୍ଲେଇଂ 11 ରେ ସ୍ଥାନ ମିଲୁଚିକି ନାହିଁ ତା ଉପରେ ରହିଛି ସଭିଙ୍କ ନଜର, ଭାରତ ଓ ଇଂଲଣ୍ଡ ମଧ୍ୟରେ ଜୁଲାଇ ୧ତାରିଖ ରୁ ୫ଟି ଟି-20 ମ୍ୟାଚ ଖେଳାଯିବ l

Nalco
Leave A Reply