Odisha news

ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଘରେ ପୋଡି ଦିଅନ୍ତୁ ମାତ୍ର ଗୋଟିଏ ତେଜପତ୍ର ଓ ଦେଖନ୍ତୁ ଏହାର ଚମତ୍କାର

0

ତେଜପତ୍ର ଔଷଧୀୟ ଗୁଣରେ ଭରପୁର ଅଟେ ବୋଲି ଆମେ ସମସ୍ତେ ଏହା ଜାଣିଛୁ, କିନ୍ତୁ ଏହି ତେଜପତ୍ର ବାସ୍ତୁ ଦୃଷ୍ଟିରୁ ମଧ୍ୟ ଖୁବ ପ୍ରଭାବଶାଳୀ ଏହା ହୁଏତ ଖୁବ କମ ଲୋକ ଜାଣିଥିବେ l ଗୋଟିଏ ପାତ୍ରରେ ତେଜ ପତ୍ରଟିଏ ରଖି ତାକୁ ଜଳାଇ ନିଅନ୍ତୁ l ଏହାପରେ ଯାହା ଚମତ୍କାର ଘଟିବ ଆପଣ ହୁଏତ ଆଶ୍ଚର୍ଯ୍ୟ ହୋଇଯିବେ l ଘର ଭିତରେ ତେଜପତ୍ର ଜଳାଇବା ଦ୍ୱାରା କେବଳ ସୁଗନ୍ଧ ହୋଇ ନଥାଏ, ଏହାଦ୍ୱାରା ମାନସିକ ଚାପ ମଧ୍ୟ ଦୂର ହୋଇଥାଏ l ସେହିଭଳି ରୋଷେଇଘରେ ତେଜପତ୍ର ଜଳାଇବା ଦ୍ୱାରା ମଧ୍ୟ ଅନେକ ଲାଭ ମିଳିଥାଏ l

– ରାତିରେ ରୋଷେଇ ଘରର ସମସ୍ତ କାର୍ଯ୍ୟ ସମାପ୍ତ କରିବା ପରେ ଗୋଟିଏ ତେଜପତ୍ର କୁ ପୋଡି ଦିଅନ୍ତୁ, ଏହାଦ୍ୱାରା ମାନସିକ ଶାନ୍ତି ମିଳିଥାଏ l ଏବଂ ଏହାର ସୁଗନ୍ଧ ରେ ଥକାପଣ ଦୂର ହୋଇଥାଏ ଓ ଚିଡିଚିଡା ଭାବ ମଧ୍ୟ ଦୂର ହୁଏ l

– ତେଜପତ୍ର ର ଧୂଆଁ ଇମ୍ୟୁନ ସିଷ୍ଟମ କୁ ମଜବୁତ କରିଥାଏ ବୋଲି କୁହାଯାଇ ଥାଏ l ତେଜପତ୍ର ର ଧୂଆଁ ବାତାବରଣ ରେ ଶୁଦ୍ଧତା ଆଣିଥାଏ ଓ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ l ତେଜପତ୍ର ଧୂଆଁ ଦୂଷିତ ପଦାର୍ଥ କୁ ବାୟୁମଣ୍ଡଳ ରୁ ନଷ୍ଟ କରିଥାଏ l

– ପ୍ରତିଦିନ ଗୋଟିଏ ତେଜପତ୍ର ରୋଷେଇ ଘରେ ଜଳାଇବା ଦ୍ୱାରା ସକାରାତ୍ମକ ଉର୍ଜା ପ୍ରବାହିତ ହୋଇଥାଏ l ଏହାଛଡା ଘରର ସମସ୍ତ ନେଗେଟିଭ ଭାଇବ୍ସ ମଧ୍ୟ ଦୂର ହୋଇଥାଏ l

– ଏହାଛଡା ତେଜପତ୍ର ଧୂଆଁ ଘର ଉପରେ ରହିଥିବା ଖରାପ ନଜର କୁ ମଧ୍ୟ ଦୂର କରିଥାଏ l ଅନେକ ସମୟରେ ବିନା କୌଣସି କାରଣରେ ଘରେ ଅଶାନ୍ତି ଓ ମାନସିକ ଚାପ ବଢି ଯାଇଥାଏ l ଏହାକୁ ଦୂର କରିବା ପାଇଁ ପ୍ରତିଦିନ ନିଜ ଘରେ ଗୋଟିଏ ତେଜପତ୍ର ପୋଡିବା ଜରୁରୀ l

– ଯଦି ଆପଣ ଆର୍ଥିକ ଅସୁବିଧା ଦେଇ ଗତି କରୁଛନ୍ତି ଓ ଆପଣଙ୍କ ଆର୍ଥିକ ଅବସ୍ଥା ସ୍ଵଛଳ ନାହିଁ ତେବେ ପ୍ରତିଦିନ ରୋଷେଇ ଘରେ ରାତିରେ ଶୋଇବା ପୂର୍ବରୁ ଗୋଟିଏ ତେଜପତ୍ର ପୋଡ଼ନ୍ତୁ l ଏହାଦ୍ୱାରା ଆର୍ଥିକ ଅସୁବିଧା ଦୂର ହୋଇଥାଏ l

Leave A Reply