ବାସୁଦେବପୁର : ବାସୁଦେବପୁର ବ୍ଲକ ପଢୁଆଁ ପଞ୍ଚାୟତର ସରପୋଖରୀଆଡି ବାତ୍ୟା ଆଶ୍ରୟସ୍ଥଳୀ ପରିସର ମଧ୍ୟରେ ଭଦ୍ରକ ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ର ଆନୁକୂଲ୍ୟରେ ପ୍ରବାସୀ ଓଡିଆଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ତିନି ଦିନିଆ ତାଲିମ ଶିବିର ଉଦ୍ଘାଟିତ ହୋଇ ଯାଇଛି । ଆୟୋଜିତ ତାଲିମ ଶିବିରକୁ ରାଣୀତାଲ କ୍ୟଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡଃ. ଅରବିନ୍ଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । କୃଷି ବିଜ୍ୟାନ କେନ୍ଦ୍ରର ମସି୍ୟ ବୈଜ୍ଞାନିକ ଡଃ. ଅମ୍ବିକା ପ୍ରସାଦ ନାୟକ,କୃଷି ସମ୍ପ୍ରସାରଣ ବୈଜ୍ଞାନିକ ରୋଜାଲିନ୍ ମାହୁନ୍ତ,ପଡୁଆଁ ସରପଞ୍ଚ ଦୀନବନ୍ଧୁ ଦାସ, ଲାଇଫ୍ ଲାଇନ୍ ସେ୍ୱଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ରମାକାନ୍ତ ଡାଙ୍ଗୁଆ ଯୋଗଦେଇ ଉଦ୍ବୋଧନ ଦେଇଥିଲେ । କେନ୍ଦ୍ର ସରକାରଙ୍କ ଗରିବ୍ କଲ୍ୟାଣ ଯୋଜନାରେ ପ୍ରବାସୀ ଓଡିଆମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ସରକାର ଅଣ୍ଟା ଭିଡିଛନ୍ତି ।
ଏହି ଯୋଜନାରେ କେନ୍ଦ୍ର ସରକାର ପାଇଲଟ୍ ପ୍ରଜେକଫ ଭାବେ ଓଡିଶାର ୪ ଟି ଜିଲ୍ଲା ସ୍ଥାନ ପାଇଥିବା ବେଳେ ଭଦ୍ରକ ଜିଲ୍ଲା ଏହି ଯୋଜନାରେ ସ୍ଥାନ ପାଇଛି । ପ୍ରତି ବ୍ଲକରେ ଫେରିଥିବା ପ୍ରବାସୀମାନେ ନିଜ ଜନ୍ମ ମାଟିରେ ରହି ବେଶ୍ ଦିପଇସା ରୋଜଗାର କରିବେ ସେଥିପାଇଁ ସରକାରଙ୍କ ପକ୍ଷରୁ ସ୍ୱଳ୍ପ ମିଆଦି ତାଲିମ ପ୍ରଦାନ କରାଯାଇ ରୋଜଗାରକ୍ଷମ କରାଯିବା ପାଇଁ ତାଲିମ ଆରମ୍ଭ କରାଯାଇଛି । ସରପୋଖରୀଆଡି ବାତ୍ୟା ଆଶ୍ରୟସ୍ଥଳୀ ପରିସର ମଧ୍ୟରେ ତାଲିମ ଶିବିରରେ ପଢୁଆଁ,ଜଗନ୍ନାଥପୁର,କୁମାରପୁର,ଆର୍ତ୍ତୁଂ ପଞ୍ଚାୟତର ୩୫ ଜଣ ପ୍ରବାସୀ ଓ ଚାଷୀ ଯୋଗଦେଇ ଛତୁ ଚାଷ ଉପରେ ତାଲିମ ନେଇଥିଲେ । ପ୍ରଶିକ୍ଷକ ଭାବେ କୃଷି ସମ୍ପ୍ରସାରଣ ବୈଜ୍ଞାନିକ ରୋଜାଲିନ୍ ମାହୁନ୍ତ ଛତୁ ଚାଷରେ ଖର୍ଚ୍ଚ,ଉପିାଦନ,ଚାଷର ପ୍ରଣାଳୀ,ମାର୍କେଟିଙ୍ଗ ଆଦି ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ଲାଇଫ୍ ଲାଇନ୍ ସେ୍ୱଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ତାଲିମ ଶିବିରକୁ ପରିଚାଳନା କରିଥିବା ବେଳେ ସେ୍ୱଚ୍ଛାସେବୀ ଭରତ କୁମାର ନାୟକ,ଅଜୟ କୁମାର ଜେନା,ସ୍ୱାଧିନ ଆଲୋକ ଡାଙ୍ଗୁଆ ସହଯୋଗ କରିଥିଲେ ।