ତୁଳସୀ ପତ୍ରର ବ୍ୟବହାର ଭାରତୀୟ ସଭ୍ୟତାରେ କେଉଁ ପ୍ରାଚୀନ କାଳରୁ ହୋଇ ଆସୁଛି l ଏହା କେବଳ ଧାର୍ମିକ ଦୃଷ୍ଟି କୋଣରୁ ମହତ୍ଵପୁର୍ଣ୍ଣ ନୁହେଁ, ବରଂ ଔଷଧୀୟ ଗୁଣରୁ ମଧ୍ୟ ଶରୀର ପାଇଁ ଖୁବ ଗୁରୁତ୍ୱପୂର୍ଣ ଅଟେ l ତୁଳସୀ ପତ୍ର ଖାଲି ପେଟରେ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ l ଆସନ୍ତୁ ଆଜି ଜାଣିବା ନିୟମିତ ଖାଲି ପେଟରେ ତୁଳସୀ ପତ୍ର ଖାଇବାର ଲାଭ କଣ ରହିଛି l
* ତୁଳସୀ ପତ୍ର ଭିଟାମିନ ସି, ଭିଟାମିନ ଏ, ଏବଂ ଅନ୍ୟ ପୋଷାକ ତତ୍ତ୍ୱରେ ବରପୁର ଅଟେ l ଯାହାକି ଆମର ଇମ୍ୟୁନିଟି କୁ ବୁଷ୍ଟ କରିଥାଏ l ଏହାଛଡା ତୁଳସୀ ପତ୍ର ରେ ଆଣ୍ଟି ବ୍ୟାକ୍ଟେରିଆଲ , ଆଣ୍ଟି ଭାଇରଲ, ଆଣ୍ଟି ଫାଙ୍ଗଲ ଗୁଣ ଭରପୁର ମାତ୍ରାରେ ରହିଛି l ଯାହାକି ବିଭିନ୍ନ ସଂକ୍ରମଣ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ l
* ତୁଳସୀ ପତ୍ର ଖାଇବା ଦ୍ୱାରା ପାଚନ ପ୍ରଣାଳୀ ଚମତ୍କାର ରହିଥାଏ l ଏଥିରେ ରହିଥିବା ଆଣ୍ଟି ଅକ୍ସିଡେଣ୍ଟ ଓ ପାଚକ ଏଞ୍ଜାଇମ ଆପଣଙ୍କ ପେଟରେ ଭଲ ବ୍ୟାକ୍ଟେରିଆ ବୃଦ୍ଧି କରିଥାଏ, ଯାହାକି ପାଚନ ପାଇଁ ଖୁବ ଗୁରୁତ୍ୱପୂର୍ଣ l ସକାଳୁ ତୁଳସୀ ପତ୍ର ଖାଇବା ଦ୍ୱାରା ପେଟ ସଫା ରହିଥାଏ l
* ତୁଳସୀ ପ୍ରାକୃତିକ ଭାବରେ ଶରୀର ରୁ ବିଷାକ୍ତ ପଦାର୍ଥ କୁ ବାହାର କରିଥାଏ l ଏଥିରେ ରହିଥିବା ଆଣ୍ଟି ଅକ୍ସିଡେଣ୍ଟ ଶରୀର କୁ କ୍ଷତି ଘଟାଉଥିବା ରେଡିକୁଲସ ଠାରୁ ରକ୍ଷା କରିଥାଏ l ଖାଲି ପେଟରେ ତୁଳସୀ ପତ୍ର ସେବନ କରିବା ଦ୍ୱାରା ବିଷାକ୍ତ ପଦାର୍ଥ ବାହାର କରିଦେଇ ଥାଏ l
* ତୁଳସୀ ପତ୍ର ଆଣ୍ଟିଷ୍ଟ୍ରେସ ଗୁଣ କମ କରିବାର ଶକ୍ତି ରହିଥାଏ l ଯାହାକି ମସ୍ତିଷ୍କ କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l ଏବଂ ଆପଣ ମାନସିକ ଚାପ ରୁ ମୁକ୍ତି ରହିପାରିବେ l ଏବଂ ଏକାଗ୍ରତା ବଢ଼ିବାରେ ସାହାଯ୍ୟ କରିଥାଏ l