Odisha news

ମଙ୍ଗଳବାର ଦିନ ମହାବୀର ହନୁମାନଙ୍କ ନିକଟରେ ସୁଂଦରକାଣ୍ଡ ପଢ଼ିବାର ଚମତ୍କାର ଲାଭ

0

ହିନ୍ଦୁ ଧର୍ମରେ ତୁଳସୀ ଦାସଙ୍କ ଦ୍ୱାରା ରଚିତ ରାମଚରିତ ମାନସ ର ବିଶେଷ ମହତ୍ୱ ରହିଛି l ଏହାକୁ ୭ଟି ଭାଗରେ ଲେଖା ଯାଇଛି l ଏହାକୁ ପାଠ କରିବା ଖୁବ ଶୁଭଙ୍କର ହୋଇଥାଏ l ରାମଚରିତ ର ୫ମ ଭାଗ ସୁନ୍ଦରକାଣ୍ଡ ଅଟେ l

* ସୁନ୍ଦର କାଣ୍ଡ ପାଠ କରିବାର ଲାଭ –
– ମାନ୍ୟତା ରହିଛି ଯେ ସୁନ୍ଦରକାଣ୍ଡ ପାଠ କରିବା ଦ୍ୱାରା ଘରର ନକାରାତ୍ମକ ଶକି ଦୂର ହୋଇଯାଇଥାଏ ଏବଂ ଘରେ ସକାରାତ୍ମକ ଉର୍ଜା ଜାଗ୍ରତ ହୋଇଥାଏ l
– ସୁନ୍ଦର କାଣ୍ଡ ପାଠ କରିବାର କିଛିଟା ବିଶେଷ ମୁହୂର୍ତ ରହିଥାଏ , ଯାହାକି ଜୀବନ ରେ ଭକ୍ତି ଜାଗ୍ରତ କରିଥାଏ, ଶକ୍ତି ସଂଚାର କରିଥାଏ l
– ସୁନ୍ଦର କାଣ୍ଡ ବିଶେଷ ଭାବରେ ପବନ ପୁତ୍ର ଙ୍କ ଲଙ୍କା ଯାତ୍ରା କୁ ବିସ୍ତୃତ ବର୍ଣନା ହୋଇଛି , ଯେଉଁଥିରେ ମହାବୀର ହନୁମାନ ମାତା ସୀତା ଠାବ କରି ଥିବାର ବର୍ଣନା ରହିଛି l
– ଏମିତିରେ ଆପଣ ଯେକୌଣସି ଦିନ ସୁନ୍ଦର କାଣ୍ଡ ପାଠ କରିପାରିବେ, କିନ୍ତୁ ମଙ୍ଗଳବାର ଓ ଶନିବାର ଦିନ ପାଠ କରିବା ବିଶେଷ ଫଳ ପ୍ରଦ l ଏହି ଦୁଇଟି ଦିନ ହନୁମାନ ଙ୍କୁ ସମର୍ପିତ ଅଟେ l
– ସୁନ୍ଦର କାଣ୍ଡ ପାଠ କରିବା ଦ୍ୱାରା ଘରର ସୁଖ-ସମୃଦ୍ଧି ର ଆଗମନ ହୋଇଥାଏ l
– ସୁନ୍ଦର କାଣ୍ଡ ପାଠ କରିବା ଦ୍ୱାରା ଜୀବନ ର ସମସ୍ତ କଷ୍ଟ ଦୂର ହୋଇଥାଏ l
– ସୁନ୍ଦର କାଣ୍ଡ ପାଠ କରିବା ଦ୍ୱାରା ମନ ଶାନ୍ତ ରହିଥାଏ, ଅଧ୍ୟାତ୍ମ ରୁଚି ଜାଗ୍ରତ ହୋଇଥାଏ, ଏବଂ ମହାବୀର ପ୍ରସନ୍ନ ହୋଇ ଥାଆନ୍ତି l
– କିନ୍ତୁ ସୁଂଦରକାଣ୍ଡ ପାଠ ସର୍ବଦା ଠିକ ସମୟ ରେ କରିବା ଜରୁରୀ l

* କେଉଁ ସମୟରେ ସୁନ୍ଦରକାଣ୍ଡ ପାଠ କରିବା ଜରୁରୀ –
– ଏମିତି ରେ ସୁନ୍ଦର କାଣ୍ଡ ପ୍ରାତଃ ସମୟ ରେ ପାଠ କରିବା ଜରୁରୀ, ଅର୍ଥାତ ଦିନ ୧୨ ଟା ପୂର୍ବରୁ ପାଠ କରିବା ଜରୁରୀ l
– ଯଦି ଉପର ବେଳା ପାଠ କରିବେ ତେବେ ସନ୍ଧ୍ୟା ୪ଟା ପରେ କରିବା ଜରୁରୀ l
– ମହାବୀର ହନୁମାନ ଙ୍କୁ ମଙ୍ଗଳବାର ଦିନ ବିଧିବିଧାନ ଭାବରେ ପୂଜା କରି ତାଙ୍କ ନିକଟରେ ତୁଳସୀ, ବେଲପତ୍ର, ଗୋଟା ଫଳ, ନାଲି ଫୁଲ, ଦୁବ ବରକୋଳି ପତ୍ର ଅର୍ପଣ କରି ପାଠ କରନ୍ତୁ l

Nalco
Leave A Reply