Odisha news

କୁଡ୍ମାଲୀ ଭାଷା ପରିଷଦ ପକ୍ଷରୁ କୁଡ୍ମାଲୀ ଲିପି ପରୀକ୍ଷା ଅନୁଷ୍ଠିତ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ଆମ୍ବଶିକଡା ଉଚ୍ଚ ଇଂରାଜୀ ବିଦ୍ୟାଳୟରେ କୁଡ୍ମାଲୀ ଭାଷା ପରିଷଦ ଆନୁକୂଲ୍ୟରେ କୁଡ୍ମାଲି ଲିପି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷାରେ ଶ୍ୟାମାଖୁଣ୍ଟା ବ୍ଲକର ଏ.ବି.ଓ ସୁବାଷ ଚନ୍ଦ୍ର ମହାନ୍ତ ସ୍କ୍ୱାର୍ଡ ଦାୟିତ୍ୱ ବହନ କରିଥିଲେ । ଶ୍ୟାମାଖୁଣ୍ଟା ବ୍ଲକର ସୁପରିଚିତ ଶିମି ଶଙ୍କର ମହାନ୍ତ ଇନ୍ଭିଜିଲେଟର ଦାୟିତ୍ୱ ସମ୍ପାଦନ କରିଥିଲେ । ଏହି ପରୀକ୍ଷାରେ ସୁଦୁର କେନ୍ଦୁଝର ଜିଲ୍ଲାର ୧୨ଜଣ, ଠାକୁରମୁଣ୍ଡା ବ୍ଲକରୁ ୧୨ଜଣ, ସାରସକଣା ବ୍ଲକରୁ ୫ଜଣ, ବଡସାହି ବ୍ଲକରୁ ୨୩ଜଣ, ମୋରଡା ବ୍ଲକରୁ ୯ଜଣ ଓ ଶ୍ୟାମାଖୁଣ୍ଟା ବ୍ଲକରୁ ୩୪ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ କୁଡ୍ମାଲୀ ଭାଷା ପରିଷଦ ସଭାପତି ଶରତ ଚନ୍ଦ୍ର ମହାନ୍ତ ଓ ସମ୍ପାଦକ ଉମାକାନ୍ତ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା ।

Leave A Reply