ସାଲେପୁର : ଆଜି ସାଲେପୁର ବ୍ଲକ ପରିସରରୁ ବିଭିନ୍ନ ପଂଚାୟତକୁ ଗଡ଼ିଲା ଲଷ୍ମୀବସ l ରବିବାର ସକାଳ ଦଶଟା ସମୟରେ ସାଲେପୁର ବ୍ଲକ ସମ୍ମୁଖରୁ ଲଷ୍ମୀବସ କୁ ପତାକା ହଲାଇ ଶୁଭାରମ୍ଭ କଲେ ବିଧାୟକ ପ୍ରଶାନ୍ତ ବେହେରା l ଦଳୀୟ ନେତୃମଣ୍ଡଳୀ, କର୍ମୀ ଏବ ମିଶନଶକ୍ତିର ମହିଳା ମାନେ ଉପସ୍ଥିତ ହୋଇ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ଵନି ଦେଇ ସୁସଜିତ ବସରେ ବସି ବିଭିନ୍ନ ପଂଚାୟତ ଅଭିମୁଖେ ଯାତ୍ରା କରିଥିଲେ l ପ୍ରଥମ ପ୍ରଯ୍ୟାୟରେ ଆଜି ଦୁଇଟି ବସ ଚାଲିବା ଆରମ୍ଭ କରିଛି l ଆଗାମୀ ଦିନରେ ବସର ସଂଖ୍ୟା ବଢିବାର ଯୋଜନା ରହିଛି ବୋଲି ବିଧାୟକ ଶ୍ରୀ ବେହେରା ପ୍ରକାଶ କରିଥିଲେ l ଏହି ବସ ଚାଲିବା ଦ୍ୱାରା ବ୍ଲକ ଅଞ୍ଚଳର ବିଭିନ୍ନ ପଂଚାୟତରୁ ମାତ୍ର ପାଞ୍ଚଟଙ୍କା ବିନିମୟରେ ମହିଳା, ଛାତ୍ର ଛାତ୍ରୀ, ବରିଷ୍ଠ ନାଗରିକ ମାନେ ସାଲେପୁରରେ ପହଞ୍ଚି ପାରିବେ l ଗମନା ଗମନର ସୁବିଧା ସୁଯୋଗ ମିଳିପାରିବ l ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ବ୍ଲକ ଅଧକ୍ଷ ରାମଚନ୍ଦ୍ର ଭୋଇ, ଜିଲ୍ଲା ପରିଷଦ ସଭ୍ୟା ନମିତା ସେଠୀ, ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ବିଶ୍ୱଜିତ ବିଶ୍ୱାଳ, ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ କର, ସାଂସଦ ପ୍ରତିନିଧି ଗୁଲରେଜ ଅଲ୍ଲୀ, ବ୍ଲକ ମିଶନଶକ୍ତି ସଭାନେତ୍ରୀ ତୃପ୍ତିରେଖା ପରିଡା, ବ୍ଲକ ମହିଳା ବିଜେଡି ସଭାନେତ୍ରୀ ରାଜଶ୍ରୀ ଜେନା, ସରପଞ୍ଚ ଜ୍ୟୋତିରେଖା ନାୟକ, ସୁଧାଂଶୁଵାଲା ଜେନା, ସଞ୍ଜୟ ବେହୁରା, ବ୍ଲକ ଯୁବ ବିଜେଡି ସଭାପତି ସଞ୍ଜିତ ଦାଶ, ଛାତ୍ର ବିଜେଡି ସଭାପତି ଶୁଭମ ଦାଶ, ରାଜେଶ ମହାନ୍ତି, ସମିତି ସଭ୍ୟା ପୁଷ୍ପିତା ଭୂୟାଁ, ଗୌତମୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ l
