ବାରିପଦା : ବାରିପଦାର ଜଣାଶୁଣା ଖବର କାଗଜ ବିତରକ ଗଦାଧର ମହାକୁଡ(ମୁନା)ଙ୍କ ର ୭ତାରିଖରେ ଅକାଳ ବିୟୋଗ ହୋଇଯାଇଛି । ସ୍ୱର୍ଗତ ଗଦାଧରଙ୍କ ଏକାଦଶାହ ଉପଲକ୍ଷେ ବାରିପଦାର ପ୍ରସାର ବିଭାଗ ଏଜେଣ୍ଟ ଏବଂ ହକର ସଂଘ ପକ୍ଷରୁ ବାରିପଦା ବସଷ୍ଟାଣ୍ଡ ଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମସ୍ତ ଖବର କାଗଜ ବିତରକ ମାନେ ଏକତ୍ରିତ ହୋଇ ସ୍ୱର୍ଗତ ମୁନାଙ୍କ ଫୋଟ ଚିତ୍ରରେ ପୁଷ୍ପାମଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ତାଙ୍କର ସ୍ମୃତିଚାରଣ କରି ଅମର ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ହକର ମାନେ ଉପସ୍ଥିତ ଥିଲେ । ସ୍ୱର୍ଗତ ମୁନା ଜଣେ ଧର୍ମପରାୟଣ, ମେଳାପୀ ଓ ମିଷ୍ଟଭାଷୀ ଭାବେ ସବୁଠି ଆଦୃତ ଥିଲେ ।