Odisha news

ରେଲୱେ ଘରୋଇକରଣ ବିରୋଧରେ ସିଆଇଟିୟୁ ପକ୍ଷରୁ ପ୍ରତିବାଦ ବିକ୍ଷୋଭ

0

ବାରିପଦା : ବାରିପଦା ରେଲୱେ ଷ୍ଟେସନଠାରେ ସିଆଇଟିୟୁ ପକ୍ଷରୁ ୧୦୯ ଯୋଡା ଟ୍ରେନ୍କୁ ଘରୋଇ ମାଲିକ ହାତରେ ଟେକିଦେବା ସିଦ୍ଧାନ୍ତ ବିରୋଧରେ ପ୍ରତିବାଦ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହା ପୂର୍ବେ ଅନେକ ଷ୍ଟେସନ ଓ ଟ୍ରେନ୍କୁ ଘରୋଇକରଣ କରାଯାଇଅଛି । ବିଭିନ୍ନ ଷ୍ଟେସନ୍ର ଲକ୍ଷଲକ୍ଷ କୋଟି ଟଙ୍କାର ମୂଲ୍ୟାବାନ ଭୂଶମ୍ପତି ମାଟିଗୁଡି ଦାମରେ ଘରୋଇ ମାଲିକ ହାତକୁ ଟେକିଦେବା ଦେଶର ଏକ ଅପୂରଣୀୟ କ୍ଷତି ବୋଲି ସିଆଇଟିୟୁ ପକ୍ଷରୁ ଦାବି କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ ଦେଶଭକ୍ତ କହି ଦେଶମାତୃକାକୁ ପୁଞ୍ଜିପତି ହାତରେ ଟେକିଦେଉଛନ୍ତି, ଯାହାକୁ ସଂଘ ପକ୍ଷରୁ ଦୃଢନିନ୍ଦା କରାଯାଇଛି । ଏହି ବିକ୍ଷୋଭରେ ରବି ଗୋସ୍ୱାମୀଙ୍କ ସଭାପତିତ୍ୱରେ ଅମଲ ଦେ ଓ ରଘୁନାଥ ପଣ୍ଡା ନିଜ ନିଜ ବକ୍ତବ୍ୟ ରଖିବା ସହ ଅକ୍ଷୟ ଖୁଣ୍ଟିଆ, ମନୋରଞ୍ଜନ ପରିଡା, ଅଶୋକ ଭଞ୍ଜଦେଓ, କ୍ଷିତିଶ ସାଶ୍ମଲ, ସେକ ରଜୁଆନ୍, ଶକ୍ତିପଦ ସାହୁ, ସଞ୍ଜୟ ଜେନା, ସତ୍ୟବ୍ରତ ସେଠୀ, ଗଙ୍ଗାଧର ସାମଲ, ଜୀବନ ମହାକୁଡ, ଦାଶରଥି ରାଉତ ଓ ସୁଭାଶ ତି୍ରପାଠୀ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply