ବାରିପଦା : ମୟୂରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ବିୟୋଗରେ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସ୍ମୃତିସଭା ବିଦ୍ୟାଳ୍ୟର ପ୍ରଧାନଶିକ୍ଷକ ଡଃ ପ୍ରଜ୍ଞା ପାରମିତା ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।
ଏହି ଅବସରରେ ପ୍ରଧାନଶିକ୍ଷକ ଡଃ ଜେନା ମୟୂରଭଞ୍ଜର କଳା, ଐତିହ୍ୟ, ସଂସ୍କୃତିର ବିକାଶ ତଥା ପ୍ରସାର ଦିଗରେ ପୂଜ୍ୟା ରାଜମାତାଙ୍କର ଅବଦାନ ତଥା ବିଦ୍ୟାଳୟ ପ୍ରତି ତାଙ୍କର ଶ୍ରଦ୍ଧା ଓ ଶୁଭେଚ୍ଛା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଅମିତାଭ ମିଶ୍ର ଓ ଡଃ ଶଶୀଧର ବିଶ୍ୱାଳ ସ୍ମୃତିଚାରଣ କରିଥିବାବେଳେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଏସକେ ଲାଇକୁଦ୍ଦିନ୍, ଶିକ୍ଷକ,ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
