ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ କ୍ରମାଗତ ଭାବେ ସ୍ଥାନୀୟ କରୋନା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଫଳରେ ଜିଲ୍ଲାବାସୀ ଭୟଭୀତ ହୋପଡିଛନ୍ତି । ଶୁକ୍ରୁବାର ୨୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ କରୋନା ସଂଖ୍ୟା ୪୩୨କୁ ଛୁଇଁଛି । ଶୁକ୍ରୁବାର ମୋଟ୍ ୨୨ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୮ଜଣ ସ୍ଥାନୀୟ ଅଞ୍ଚଳର ଏବଂ ଜଣେ କୋଭିଡ୍ ଯୋଦ୍ଧା ହୋଇଥିବାରୁ ଚିନ୍ତାର ବିଷୟ ପାଲଟିଛି ।
ମିଳିଥିବା ସୂଚନା ଅନୁଯାୟୀ ଏହି ସ୍ଥାନୀୟ କରୋନା ଆକ୍ରାନ୍ତମାନେ ହେଲେ କୁଳିଅଣା, ମୋରଡା, ଉଦଳା ଏନଏସି ଓ ବାରିପଦା ପୌରାଞ୍ଚଳରୁ ଜଣେ ଲେଖାଏଁ, ବିଶୋଇ, ବଡସାହି, ଜିବିନଗର ଓ କୁସୁମୀ ବ୍ଲକରୁ ୨ଜଣ ଲେଖାଏଁ, ରରୁଆଁ ବ୍ଲକରୁ ୬ଜଣ ଚିହ୍ନଟ ହୋଇଥିବାବେଳେ ଶୁଳିଆପଦା ବ୍ଲକରୁ ଜଣେ କୋଭିଡ୍ ଯୋଦ୍ଧା ଚିହ୍ନଟ ହୋଇଛନ୍ତି ।
ଏହି ସ୍ଥାନୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହୁଥିବା ୩ଜଣ କରୋନା ଆକ୍ରାନ୍ତ ଯଶିପୁର, କପ୍ତିପଦା, ଶୁକୃଳି ବ୍ଲକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ଫେରନ୍ତା ବୋଲି ଜଣାଯାଇଛି ।
