Odisha news

ଭେଙ୍କେଟେଶ୍ୱର ବିଦ୍ୟାଳୟରେ ବିଜ୍ଞାନ, ଚିତ୍ର ଓ ହସ୍ତକଳା ପ୍ରଦର୍ଶନି ଉସôବ ପାଳିତ

0

ବାରିପଦା  : ଭେଙ୍କେଟେଶ୍ୱର ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ସେନାପତିଙ୍କ ପୌରହିତ୍ୟରେ ବିଜ୍ଞାନ, ଚିତ୍ର ଓ ହସ୍ତକଳା ପ୍ରଦର୍ଶନି ଉସôବ ଆୟୋଜିତ ହୋଇଯାଇଛି । ଏହି ପ୍ରଦର୍ଶନୀରେ ୟୁଜିସିଟିଇ ଆସିଷ୍ଟାଣ୍ଟ ପ୍ରଫେସର ଡଃ ସୋରଜ ନାଏକ ଏବଂ କଣ୍ଟାପଡା ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ଅମିତାଭ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଅନୁଷ୍ଠାନର ଟ୍ରଷ୍ଟି ଶୁଭ୍ରାନ୍ତି ମହାନ୍ତି, ନିଦେ୍ର୍ଦଶକ ସ୍ୱରୂପ ରଞ୍ଜନ ଦାସ, ସୌମେନକାନ୍ତି ମହାନ୍ତି, ଅମିତ କୁମାର ବେହେରା, ସଂଯୋଜକ ସାନ୍ତନୁ ସିଂହ ଓ ଉପଦେଷ୍ଠା ଦିପାୟନ ସେନ୍, କୃତିଛାତ୍ର ଛାତ୍ରୀମାନଙ୍କୁ ଉସôାହିତ କରିବା ସହିତ ଆଧୁନିକ ବିଜ୍ଞାନ ଓ ଉଚ୍ଚକୋଟୀର କଳା ପ୍ରଦର୍ଶନି ପାଇଁ ଭୂୟସୀ ପ୍ରସଂଶା କରିଥିଲେ । ଛାତ୍ରଛାତ୍ରୀମାନଙ୍କ ବୈଜ୍ଞାନିକ ମନୋଭାବ ଓ ହସ୍ତକଳା ଓ ଚିତ୍ର ଶିଳ୍ପର ନମୁନା ଅଙ୍କନ ଓ ନିର୍ମାଣ ଶୈଳିକୁ ଦେଖି ସ୍ତମ୍ଭିଭୁତ ହୋଇଥିଲେ ଏବଂ ତାଙ୍କର ଭାଷଣରେ ଭେଙ୍କେଟେଶ୍ୱର ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଅତ୍ୟନ୍ତ ଉଜ୍ଜଳ ଓ ସୁନ୍ଦର ପ୍ରସାର ହେବ ଓ ଦେଶର ଭବିଷ୍ୟତକୁ ପ୍ରତିଭାବାନ୍ ଛାତ୍ରଛାତ୍ରୀମାନେ ପ୍ରତିଭା ମାଧ୍ୟମରେ ବହୁ ଆଗକୁ ନେବେ ବୋଲି ବକ୍ତବ୍ୟ ରଖିଥିଲେ । ଶେଷରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହଯୋଗ ଓ ସହାୟତାକୁ ପ୍ରସଂଶା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply