Odisha news

ପିକନିକ ଯାଉଥିଲେ  ଚାଲିଗଲା ୩ ଛାତ୍ରୀ ଙ୍କ ଜୀବନ

0
ଦଶପଲ୍ଲା: ବାଣୀଗୋଛା ଥାନା ଅନ୍ତର୍ଗତ ସାଳଭଙ୍ଗା ନିକଟରେ ଟିୟୁଟୋରିଆଲ ଛାତ୍ରଛାତ୍ରୀ ଙ୍କୁ ଧରି ହରିଶଙ୍କର ଓ ନୃସିଂହନାଥ ଯାଉଥିବା ଏକ ଘରୋଇବସ ‘ମା’ ଗାଡି ସହ ବୌଦ୍ଧ ରୁ ଖୋର୍ଧା ଅଭି ମୁଖେ ଆସୁଥିବା ଏକ ଖୁଦ ବୋଝେଇ ଟ୍ରକ ଧକ୍କା ହେବାରୁ ଘଟଣା ସ୍ଥଳରେ ଦୁଇ ଜଣ ଛାତ୍ରୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇ ଛିକିଛା ପାଇଁ ଦଶପଲ୍ଲା ରୁ ନୟାଗଡ ଯାଉଥିବା ବେଳେ ଅନ୍ୟ ଜଣେ ଛାତ୍ରୀ ଙ୍କ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ଛାତ୍ରୀ ଅମ୍ରିତା ସାହୁ (ଅଷ୍ଟମ) ଓ ଚିନ୍ମୟୀ ପ୍ରିୟଦର୍ଶିନୀ (ଦଶମ) ଛାତ୍ରୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ଛିକିଛା ପାଇଁ ଯାଉଥିବା ଛାତ୍ରୀ ଲୋପାମୁଦ୍ରା ପ୍ରଧାନ(ଦଶମ) ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଅମ୍ରିତା ଙ୍କ ଘର ସ୍ଥାନୀୟ ଟାକରା ଗ୍ରାମରେ ହୋଇଥିବା ବେଳେ ଚିନ୍ମୟୀ ଙ୍କ ଘର ଟାଙ୍ଗିଆପଲ୍ଲୀ ଗ୍ରାମରେ । ସେହିପରି ଲୋପାମୁଦ୍ରା  ଙ୍କ ଘର କନ୍ଧମାଳ ଜିଲ୍ଲା ଖଜୁରିପଡା ଆଡେନିଗଡ ବୋଲି ପୋଲିସ ସୂତ୍ର ରୁ ଜଣାପଡିଛି । ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥିବା ବେଳେ ଏଥିମଧ୍ୟରୁ ଗୁରୁତର ଅବସ୍ଥାରେ ୫ଜଣଙ୍କୁ ନୟାଗଡ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଛି । ସୂଚନା ଯୋଗ୍ୟ ଯେ, ସ୍ଥାନୀୟ ବାରପୁରିକିଆ ଠାରେ ଥିବା ଦେବୀସ ଟ୍ୟାଲେଣ୍ଟ ଟ୍ୟୁଟୋରିଆଲ ର ୫0 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଓ କେତକ ଛାତ୍ର ଛାତ୍ରୀ ଙ୍କ ଅଭିଭାବକ ୩ ଦିନ ପାଇଁ ସମ୍ବଲପୁର ଓ ବଲାଙ୍ଗୀର ରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳ ବୁଲିବାକୁ ରାତ୍ର ୧୦ ଘଂଟିକା ସମୟ ରେ ବାହାରିଥିଲେ ପରେ ଦଶପଲ୍ଲା ଠାରୁ ୧୫ କିଲୋମିଟର ଯିବା ପରେ ଖୋର୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ର ସାଲଭଙ୍ଗା ଠାରେ ଅପରପାର୍ଶ୍ଵରୁ ଆସୁଥିବା ଏକ  ଖୁଦ ବୋଝେଇ ଟ୍ରକ ବସ ର ଗୋଟିଏ ପାର୍ଶ୍ଵ କୁ  ଧକ୍କା ଦେଇଥିଲା ଫଳରେ ବସ ର ସ୍ଲିପର ରେ ବସିଥିବା ଛାତ୍ରୀ ମାନଙ୍କ ମଧ୍ୟ ରୁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ଦଶପଲ୍ଲା ପୋଲିସ ,ବାଣୀଗୋଛା ପୋଲିସ ,ଦଶପଲ୍ଲା ଦମକଳ ବାହୀନି ପହଞ୍ଚି ସ୍ଥାନୀୟବାସି ଙ୍କ ସହାୟତା ରେ ଗୁରୁତର ଆହତ ହୋଇଥିବା ଯାତ୍ରୀଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କୁ ପଠାଇଥିଲେ । ତେବେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା, ନୟାଗଡ଼ sdpo ସ୍ନେହାସିସ ସାହୁ, ନୟାଗଡ଼ ଏସପି ରାହୁଲ ଜୈନ ଉପସ୍ଥିତ ରହି ଆହତ ଯାତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିବା ବେଳେ ସେମାନଙ୍କ ର ଚିକିତ୍ସା  ସଂପର୍କରେ ଡାକ୍ତର ଙ୍କ ସହ ଆଲୋଚନା କରିଥିଲେ।ଏହି ଘଟଣା ରେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତିନୋଟି ଶବ କୁ ଜବତ କରାଯାଇଥିବା ବେଳେ ଟ୍ରକ ଓ ବାଇକ କୁ ପୋଲିସ ଜବତ କରିଛି । ଏହି ଘଟଣାରେ ପୋଲିସ ଟ୍ରକ ଡ୍ରାଇଭର ଶ୍ରିତମ ଦେହୁରୀ ଓ ହେଲ୍ପର ଦିବାକର ଦେହୁରୀ କୁ ଗିରଫ କରି କୋର୍ଟ ଚାଲାଣ କରଥିବା ବେଳେ ହେଲପର ଦିବାକର ଟ୍ରକ ଚଳାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

Leave A Reply