Odisha news

୬୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସ୍କିଲ୍ ଡେଭଲ୍ପମଣ୍ଟେ କୋଡିନେଟ୍ର ଓ ବିଶୋଇ ବ୍ଲକ ପ୍ରଜେକ୍ଟ ମ୍ୟାନେଜର

0
ବାରିପଦା : ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲାର ଦୁଇ ଲାଞ୍ଚୁଆ ଅଧିକାରୀ । ସ୍କିଲ୍ ଡେଭଲ୍ପମେଣ୍ଟ କୋଡିନେଟ୍ର ପ୍ରଦୁ୍ୟକ୍ତି ରଞ୍ଜନ ଭୂୟାଁ ଓ ବିଶୋଇ ବ୍ଲକ ପ୍ରଜେକ୍ଟ ମ୍ୟାନେଜର ଲକ୍ଷ୍ମଣ କୁମାର ବିଶ୍ୱାଳ ବୁଧୁବାର ଅପରାହ୍ନରେ ୬୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଘଟଣାରୁ ପ୍ରକାଶ ଯେ, ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଜଡିଆ ଗ୍ରାମ ପଞ୍ଚାୟତର ଲିଲିମଣୀ ଟୁଡୁ ମିଶନ ଶକ୍ତିର ଜିପିଏଲଏଫ ସ୍କିମ୍ର ମାଷ୍ଟର ବୁକ୍ କିପାର୍ ଚାକିରି ପାଇଁ ଦରଖାସ୍ତ କରିଥିଲେ । ମାତ୍ର ଏହି ଚାକିରି କରାଇଦେବା ପାଇଁ ଲାଞ୍ଚୁଆ କୋଡିନେଟ୍ର ଶ୍ରୀ ଭୂୟାଁ ଓ ପ୍ରଜେକ୍ଟର ମ୍ୟାନେଜର ଶ୍ରୀ ବିଶ୍ୱାଳ ୬୦ହଜାର ଟଙ୍କା ଲିଲିମଣୀଙ୍କୁ ଦାବି କରିଥିଲେ । ଏ ବିଷୟରେ ଲିଲିମଣୀ ଜିପିଏଲଏଫ ସଭାପତି ଦେୱାଲା କିସ୍କୁଙ୍କୁ ଜଣାଇଥିଲେ । ଦେୱାଲା କିସ୍କୁ ଏନେଇ ଭିଜିଲାନ୍ସ ବିଭାଗ ଦ୍ୱାରାସ୍ଥ ହୋଇଥିଲେ । ଯୋଜନା ମୁତାବକ ବୁଧୁବାର ଅପରାହ୍ନରେ ବିଶୋଇ ବ୍ଲକ କାର୍ଯ୍ୟାଳୟ ଠାରେ କୋଡିନେଟ୍ର ପ୍ରଦୁ୍ୟକ୍ତି ସଭାପତି ଦେୱାଲା କିସ୍କୁଙ୍କ ଠାରୁ ୬୦ହଜାର ଟଙ୍କା ଲାଞ୍ଚ ନେଇଥିଲେ । ପରେ ୩୦ହଜାର ଟଙ୍କା ଲେଖାଏଁ ପ୍ରଜେକ୍ଟ ମ୍ୟାନେଜର ଶ୍ରୀ ବିଶ୍ୱାଳ ଓ କୋଡିନେଟ୍ର ଶ୍ରୀ ଭୂୟାଁ ଭାଗ ବାଣ୍ଟ କରି ନେଇଥିଲେ । ଏହି ସମୟରେ ପୂର୍ବରୁ ସେଠାରେ ଲୁଚି ରହିଥିବା ଭିଜିଲାନ୍ସ କର୍ମଚାରୀ ମାନେ ଏହି ଦୁଇ ଲାଞ୍ଚୁଆ ଅଧିକାରୀଙ୍କୁ କାବୁ କରିନେଇଥିଲେ । ଏଥିସହ ବାରିପଦା ସ୍ଥିତ ତୁଳସୀଚଉରା ଠାରେ ଥିବା ପ୍ରଦୁ୍ୟକ୍ତିଙ୍କ ଘର ଓ କାର୍ଯ୍ୟାଳୟ ଏବଂ ଲକ୍ଷ୍ମଣଙ୍କ ବିଶୋଇ ସ୍ଥିତ ଭଡାଘର ଓ ଭଦ୍ରକ ଠାରେ ଥିବା ଘରେ ଏକ ସଙ୍ଗେ ଚଢଉ କରାଯାଇ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ଏନେଇ ଭିଜିଲାନ୍ସ ବିଭାଗରେ ୦୩/୨୪ରେ ମାମଲା ରୁଜୁ କରି ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରାଯାଇଛି । ଏହି ଚଢଉ ବାଲେଶ୍ୱର ଭିଜିଲାନ୍ସ ଏସପି ନରହରି ନାୟକଙ୍କ ନିଦେ୍ର୍ଦଶ କ୍ରମେ ଅତିରିକ୍ତ ଭିଜିଲାନ୍ସ ଏସପି ହରେକୃଷ୍ଣ ମାଝୀଙ୍କ ନେତୃତ୍ୱରେ ଭିଜିଲାନ୍ସ ଅଧିକାରୀ ମାନେ ଚଢଉରେ ସାମିଲ ହୋଇଥିଲେ ।
Leave A Reply