ହିଙ୍ଗୁଳା ଆଥଲେଟିକ୍ ସାଇଁକୁଳ ଆନୁକୁଲ୍ୟରେ ଆୟୋଜିତ ଜାତୀୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ବାଦଲ ଏକାଡେମୀ ଭଦ୍ରକ କୁ ୩-୨ ରେ ହରାଇ ସୋଧପୁର କଲିକତା ଫାଇନାଲ କୁ ଉତିନ୍ନ
ଆନନ୍ଦପୁର ସବ୍ୟୁ ଘସିପୁରା ବ୍ଲକ ଅନ୍ତର୍ଗତ ହିଙ୍ଗୁଳା ଆଥଲେଟିକ୍ ସାଇଁକୁଳ ଆନୁକୁଲ୍ୟରେ ଆୟୋଜିତ ଜାତୀୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ବାଦଲ ଏକାଡେମୀ ଭଦ୍ରକ କୁ ୩-୨ ରେ ହରାଇ ସୋଧପୁର କଲିକତା ଫାଇନାଲ କୁ ଉତିନ୍ନ ହୋଇଛି। ମାନସ ବିଶ୍ଵାଳ, ରାମଚନ୍ଦ୍ର ବେଶ୍ରା, ସୁଶାନ୍ତ ସିଂ ଖେଳ ପରିଚାଳନା କରିଥିଲେ। ଖେଳ ରେ ଅତିଥି ଭାବରେ ନିର୍ମଳ ଚନ୍ଦ୍ର ବେହେରା, ସମ୍ବର୍ଦ୍ଧିତ ପ୍ରତିଭା ପ୍ରାକ୍ତନ ଖେଳାଳି ରାମଚନ୍ଦ୍ର ଭଞ୍ଜ ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଭାଷ ନାୟକ, ନନ୍ଦ କିଶୋର ବେହେରା, ନାରାୟଣ ପ୍ରତିହାରୀ, ଶତ୍ରୁଘ୍ନ ବେହେରା, ଖେଳାଳି ମାନଙ୍କ ସହ ଯାଇ କରମର୍ଦ୍ଧନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବାଇଧର ପରିଡ଼ା, ପ୍ରଭାକର ପରିଡ଼ା, ଚୈତନ୍ୟ ଦେହୁରୀ, କ୍ଷିରୋଦ ଚକ୍ର, ତ୍ରିନାଥ ଗୁରୁ, ପପୁନା ପରିଡ଼ା ଏବଂ ହିଙ୍ଗୁଳା ଆଥଲେଟିକ୍ ଆସୋସିଏସନ୍ ର ସମସ୍ତ କର୍ମକର୍ତ୍ତା ସମ୍ପୁର୍ଣ୍ଣ ସହଯୋଗ କରିଥିଲେ। ସଭାପତି ବ୍ରହ୍ମାନନ୍ଦ ପଟ୍ଟନାୟକ , ସମ୍ପାଦକ ମାର୍କଣ୍ଡ ସାମଲ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଖେଳ ମଧ୍ୟାନ୍ତର ରେ ବରିଷ୍ଠ ସାମ୍ବାଦିକ ସ୍ତମ୍ଭକାର ସାହିତ୍ୟିକ ସ୍ବର୍ଗତ ଅରୁଣ କୁମାର ପଣ୍ଡା ଙ୍କ ଉଦ୍ଦେଶ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା।