ବାରିପଦା : ବାରିପଦା ସ୍ଥିତ ଶହୀଦ ସ୍ମୃତି ଭବନ ପରିସରରେ ଭେଙ୍କଟେଶ୍ୱର ସ୍କୁଲର ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ସେନାପତିଙ୍କ ପୌରହିତ୍ୟରେ ବାର୍ଷିକ ଉସôବ ରିନାଇସେନ୍ସ-୨୦୨୩ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲାଲଧର୍ ସିଂ ୟାଦବ୍ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜର ନୈତିକ ମୂଲ୍ୟବୋଧ ପ୍ରତିଷ୍ଠା କରିବାରେ ଶିକ୍ଷା କିପରି ସହାୟକ ହୋଇଥାଏ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ । ଅନୁଷ୍ଠାନର ଟ୍ରଷ୍ଟି ସୁଭ୍ରାନ୍ତି ମହାନ୍ତି ଅନୁଷ୍ଠାନର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ବନ୍ଧରେ ବକ୍ତବ୍ୟ ରଖିଥିବାବେଳେ ବିଭିନ୍ନ କ୍ଷେତ୍ରରେ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ତଥା ସ୍କୁଲର ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ସେନାପତି, ନିଦେ୍ର୍ଦଶକ ସ୍ୱରୂପ ରଞ୍ଜନ ଦାସ, ଟ୍ରଷ୍ଟି ସୁଭ୍ରାନ୍ତି ମହାନ୍ତି, ସୌମେନକାନ୍ତୀ ମହାନ୍ତି, ଅମିତ କୁମାର ବେହେରା, ଉପଦେଷ୍ଟା ଦିପାୟାନ ସେନ୍ ଓ ସଂଯୋଜକ ଶାନ୍ତନୁ ସିଂହ ପୁରସ୍କୃତ କରିଥିଲେ । ଏହାପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଶେଷରେ ବନ୍ଦିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ଓ ମିଳିତ ଭାବେ ଜାତୀୟ ସଂଗୀତ ଗାନ ପରେ ସଭାସାଙ୍ଗ କରିଥିଲେ ।