Odisha news

ଡିସେମ୍ବର ୧୨ରେ ଗଣଧାରଣା ପାଇଁ ପଟ୍ଟାବିହୀନ ସଂଘର ପ୍ରସ୍ତୁତି ବୈଠକ

0

ବାରିପଦା  : ରଘୁନାଥପୁର ୨୨ନମ୍ବର ୱାର୍ଡର ମହାନ୍ତ ସାହିରେ ବାରିପଦା ପୌରାଞ୍ଚଳ ପଟ୍ଟାବିହୀନ ବାସିନ୍ଦା ସଂଘର ଏକ ପ୍ରସ୍ତୁତି ବୈଠକ ସଭାପତି ନନ୍ଦ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଡିସେମ୍ବର ୧୨ତାରିଖରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଘ ଦେବାକୁ ଥିବା ଗଣଧାରଣାକୁ ସଫଳ କରିବା ପରିପ୍ରେକ୍ଷୀରେ ଏହି ବୈଠକ ବସିଥିଲା । ଏହି ଗଣଧାରଣାରେ ବହୁସଂଖ୍ୟାରେ ଯୋଗଦେବାର ସହମତି ପ୍ରକାଶ ପାଇଛି । ଦାବୀଗୁଡିକ ହେଉଛି ଅସମ୍ପୂର୍ଣ୍ଣ ରହିଥିବା ସର୍ଭେକୁ ଯଥାଶୀଘ୍ର ସମାପ୍ତ କରିବା, ଯେଉଁମାନଙ୍କ ସର୍ଭେ ସରିଛି ତାଙ୍କୁ ଶୀଘ୍ର ଜମି ଅଧିକାର ପ୍ରମାଣ ପତ୍ର ଦିଆଯିବା ଓ ଜଙ୍ଗଲ କିସମକୁ ପରିବର୍ତ୍ତନ କରି ଜମି ଅଧିକାର ପ୍ରମାଣ ପତ୍ର ଦିଆଯିବା । ଏହି ବୈଠକ ସଂଘର ସାଧାରଣ ସମ୍ପାଦକ କାହ୍ନୁ ଚରଣ ବେହେରା, ବରିଷ୍ଠ ସଦସ୍ୟ ଅମଲ ଦେ, ପ୍ରିୟଜିତ୍ ମଦିନା, ବିଦ୍ୟାଧର ମହାପାତ୍ର, ଲକ୍ଷ୍ମୀ ଦେବୀ, ଭାରତୀ ଦାସ, ଗଙ୍ଗାଧର ମହାପାତ୍ର, ରିନା କୁମାରୀ ସିଂ, ଜହଲା ଶାହା, ଶୋଭା ସିଂ, ବବିତା ଦାସ, ଜଗବନ୍ଧୁ ମହାନ୍ତ, ପ୍ରମିଳା ସାହୁ, ପ୍ରଦୀପ ପଣ୍ଡା ଓ ଝୁନୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply