Odisha news

ଅସ୍ତିଆ ପ୍ରିମିୟର ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

0

ବାରିପଦା : ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିନ୍ଦୂରଗୌରା ପଞ୍ଚାୟତର ଚିପଟଆସ୍ତିଆ ଠାରେ ଅନୁଷ୍ଠିତ ହୋଇଛି ଅସ୍ତିଆ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏହି ଟୁର୍ଣ୍ଣାମେଣ୍ଟ ଟି ବିଜୁ ଜନତା ଦଳର ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ସଂଯୋଜକ ଅମର ସେଠୀଙ୍କ କରକମଳରେ ଉଦ୍ଘାଟନ ହୋଇଅଛି । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୬ଗୋଟି ଟିମ୍ ଯଥା ଗୌତମ ଫାଇଟର, ଏପିକ୍ ବ୍ଲାଷ୍ଟଟର, ଟପାଟପ୍-୧୧ ଫାଇଟ ମାଷ୍ଟର, ଜୀବନଜ୍ୟୋତି, ଏସ.ଏମ.ପି ଆଦି ଟୁର୍ଣ୍ଣାମେଣ୍ଟ ରେ ଭାଗ ନେଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ପୁରସ୍କାର ରାଶି ଟ.୧,୧୦,୦୦୦/-ଙ୍କା ଏବଂ ଦ୍ୱିତୀୟ ପୁରସ୍କାର ଟ.୯୦,୦୦୦/-ଙ୍କା ରହିଅଛି । ପ୍ରଥମ ଦିନରେ ଗୌତମ ଫାଇଟର ଏବଂ ଟପାଟପ୍-୧୧ ମଧ୍ୟରେ ଅନୁଷ୍ଠିତ ମେଚ୍ରେ ଗୌତମ ଫାଇଟର ୧୧୫ ରନ୍ ଟାର୍ଗେଟ ଦେଇଥିବା ବେଳେ ଟପାଟପ୍-୧୧ ୧୦୧ ରନ ୧୦ଓଭର ରେ ହାସଲ କରି ପରାସ୍ତ ହେଇଛନ୍ତି । ଉକ୍ତ ଟୁର୍ଣ୍ଣାମେଣ୍ଟକୁ ଆୟୋଜକ ସେକ୍ ଅନିଶ୍, ସପନ ସେଠୀ, ଆକାଶ ବେହେରା, ଦେବାଶିଷ ଦାସ, ମାନସ ରଞ୍ଜନ ଦଳେଇ, ଅମିତ୍ ଶାହା, ପ୍ରଣବ ସେଠୀ, ଦିପୁ, ଲେଲୁ , ଫୁକୁଲୁ, ସିପୁ ଏବଂ ଅନ୍ୟାନ୍ୟ ସାଥୀ ବନ୍ଧୁ ମାନେ ମିଶି ଜାନୁୟାରୀ ୧୦ପର୍ଯ୍ୟନ୍ତ ୪ବର୍ଷ ଧରି ଆୟୋଜିତ କରିଆସିଛନ୍ତି ବୋଲି ବିଜୁ ଜନତା ଦଳ ମୟୂରଭଞ୍ଜର ଛାତ୍ର ଉପସଭାପତି ଦେବଜିତ୍ ପଟ୍ଟନାୟକ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।

Leave A Reply