Odisha news

ଦୁଇ ସ୍କୁଟି ମୁହାଁମୁହିଁ ଦୁର୍ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବସ୍ଥା ଗୁରୁତର

0
ବେତନଟୀ :  ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର  ଆଗ୍ରିଆ ଛକ ନିକଟରେ ଶନିବାର ପୂର୍ବାହ୍ନ ସମୟରେ  ଦୁଇ ସ୍କୁଟି ମୁହାଁମୁହିଁ ଧକ୍କାରେ ସ୍ଥାନୀୟ ନଡ଼ପୁର ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଚିନ୍ମୟୀ ମହାପାତ୍ର ଗୁରୁତର ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମହାପାତ୍ର ବେତନଟୀରୁ ନିଜ ସ୍କୁଟି ଯୋଗେ ନଡ଼ପୁର ଯାଉଥିବା ସମୟରେ ଆଗ୍ରିଆ ଛକ ନିକଟରେ ଥିବା ଡାଇଭର୍ସନରେ ନଡ଼ପୁର ପଟକୁ ଯିବାପାଇଁ ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ ବୈଶିଙ୍ଗାରୁ ବେତନଟୀ ପଟରୁ ସ୍କୁଟି ନେଇ ଆସୁଥିବା ଅନ୍ୟ ଜଣେ ଯୁବତୀଙ୍କ ସହିତ ଜୋରରେ ଧକ୍କା ହୋଇଥିଲା l ଉକ୍ତ ଧକ୍କାରେ ଶିକ୍ଷୟିତ୍ରୀଙ୍କ ଗୋଡ଼ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିବାବେଳେ ଯୁବତୀ ଜଣଙ୍କ ସାମାନ୍ୟ ଆହତ ହୋଇଥିବା ଜାଣିବାକୁ ମିଳିଛି l ସ୍ଥାନୀୟ ଲୋକ ସଙ୍ଗେ ୨ ଜଣଙ୍କୁ ଉଦ୍ଧାର କରି ବେତନଟୀ ଡାକ୍ତରଖାନାକୁ ପଠାଇ ଥିଲେ ଓ ପରେ ଅବସ୍ଥା ଗୁରୁତର ହେବାରୁ ଶିକ୍ଷୟିତ୍ରୀଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ପଠାଇ ଦିଆଯାଇଥିବାର ସୂଚନା ମିଳିଛି l
Leave A Reply