ଆଠଗଡ ୨୫-୧୧-୨୩ ଆଠଗଡ଼ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଆଠଗଡ ବିଜ୍ଞାପିତ ପରିଷଦ ଜନସାଧାରଣଙ୍କ ସହିତ ଏକ ମୋଟର ସାଇକଲ ଆସି ପୃଥକ୍ ପୃଥକ୍ ଦୁଇଟି ସ୍ଥାନରେ ୪ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି କଲ୍ୟାଣ ମଣ୍ଡପ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ନଗର ଉନ୍ନୟନ ବିଭାଗ ତରଫରୁ ଗ୍ରାମ ଉନ୍ନୟନ ବିଭାଗ ଜରିଆରେ ନିଜିଗଡ଼ ୱାର୍ଡ ନଂ-୫ ବିଜୁ ପଟ୍ଟନାୟକ ଖେଳ ଭବନ ସମ୍ମୁଖରେ ତିନିସହ ଦକ୍ଷତା ସମ୍ପର୍ଣ୍ଣ ଦୁଇ ମହଲା ବିଶିଷ୍ଟ ୭୩୯,୧୪ Sqm ଓ କାନ୍ତୋଲ ବାରବାଟି ପୋଖରି ସମ୍ମୁଖରେ ୫୦୦ ଦକ୍ଷତା ଦୁଇ ତାଲା ବିଶିଷ୍ଟ ୧୧୫୦,୯୦ Sqm ଭିତ୍ତି ପ୍ରସ୍ତର କରାଯାଇଛି। ଏହି ନୂତନ କଲ୍ୟାଣ ମଣ୍ଡପ ପୂର୍ଣ୍ଣାଙ୍ଗ ହେଲେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଜନସାଧାରଣ ମାନେ ଉପକୃତ ହୋଇପାରିବେ, ଆଗରୁ ଆଠଗଡ ଏନ୍ ଏ ସି ମଧ୍ୟରେ ଗୋଟିଏ କଲ୍ୟାଣ ମଣ୍ଡପ ଥିଲା ଏହି ଦୁଇଟି ମଣ୍ଡପ ହୋଇଗଲେ ବିଜ୍ଞାପିତ ପରିଷଦ ର ତିନୋଟି କଲ୍ୟାଣ ମଣ୍ଡପ ହେବା ସହିତ ସାଧାରଣ ଲୋକ ମାନେ ବହୁତ ସୁବିଧା ପାଇପାରିବେ।
ଏହି ଭିତ୍ତିପ୍ରସ୍ତର ଉତ୍ସବରେ ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ସସ୍ମିତା ରାଉତ,ବି ସୁବ୍ରଶଙ୍କର ଜ୍ୟୋତି , ସୁବର୍ଣ୍ଣମଞ୍ଜରୀ ଭଞ୍ଜ, ସମ୍ପାଦିକା ରଂଜିତା ଭକ୍ତା , ପ୍ରଦୀପ୍ତ କୁମାର ଦାଶ, ଶିଶିର ପ୍ରସାଦ ମାନସିଂହ , ଶିବ ଶଙ୍କର ଜେନା, ମହମଦ ଖଲିଦ୍, ପ୍ରକାଶ ରାଉତ ,ଙ୍କ ସମେତ ସମସ୍ତ କାଉଁସିଲର୍ ଉପସ୍ଥିତ ଥିଲେ ।
