ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ସଂଯୋଜନାରେ ଅଧ୍ୟକ୍ଷ ମୁକ୍ତିକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବାରିପଦା କଲେଜର ଇଣ୍ଡୋର ଷ୍ଟାଡିୟମରେ ଆନ୍ତଃକଲେଜ ବ୍ୟାଡମିଣ୍ଟନ କ୍ରିଡା ସମାପିତ ହୋଇଯାଇଛି । ଏହି କ୍ରିଡା ଦୁଇଦିନ ଧରି ଚାଲିଥିଲା । ୧୬ଟି କଲେଜ ଏହି ଖେଳରେ ଅଂଶଗ୍ରହଣ କରିଥିଲେ । ଉଦ୍ୟାପନି ଉସôବରେ ଜିଲ୍ଲା ଶିଶୁ ସୁରକ୍ଷା ସମିତିର ଅଧ୍ୟକ୍ଷ ଜଗଦିଶଚନ୍ଦ୍ର ଘଡେଇ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ବାରିପଦା କଲେଜ ଅଧ୍ୟକ୍ଷ ଡଃ ପ୍ରବୋଧ କୁମାର ଦେ ମୁଖ୍ୟବକ୍ତା ଭାବେ ନିଜର ଭାଷଣ ରଖିଥିଲେ । ଏହି କ୍ରିଡାରେ ପୁରୁଷ ବିଭାଗରେ ଏମ୍ପିସି ସ୍ୱୟଂଶାସିତ ମହାବିଦ୍ୟାଳୟ ଚମ୍ପିୟାନ, ଏମ୍ସିଏଏମ୍ ଏମ୍ପିସି ସ୍ୱୟଂଶାସିତ ମହାବିଦ୍ୟାଳୟ ଚମ୍ପିୟାନ, ଏମ୍ସିଏଏମ କଲେଜ, ବାରିପଦା ରନର୍ସଅପ, ବାଳିକା ବିଭାଗରେ ଏମ୍ଏସସିଟି ୟୁନିଭରସିଟି ଚମ୍ପିୟାନ, ବାରିପଦା ଡିଗ୍ରି କଲେଜ ରନର୍ସଅପ ବିବେଚିତ ହୋଇଛନ୍ତି । ଏହାସହିତ ବାଳିକା ବିଭାଗରେ ସୁନିଧି କାଶ୍ୟପ ଜେନା, ଏମଏସ ୟୁନିଭରସିଟି ପକ୍ଷରୁ ଏବଂ ମାର୍ଶାଲ ହେମ୍ବ୍ରମ, ଏମପିସି କଲେଜରୁ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଅଛନ୍ତି । ଏମ୍ପିସି କଲେଜର କ୍ରିଡା ଉପସଭାପତି ଡଃ ଦୀପକ କୁମାର ବେହେରା, ସହଉପସଭାପତି ଡଃ ସାଉନା ମାଝି, ଭିମସେନ୍ ମୁର୍ମୁ, ମେଜର ପ୍ରଣବ ମହାପାତ୍ର, ରାଇମଣୀ ମାରାଣ୍ଡି, ଆଲବର୍ଟୀନା ତିର୍କି, ଡଃ କୈଳାଶ ଚନ୍ଦ୍ର ମିଶ୍ର, ଡଃ ନରେନ୍ଦ୍ର ପ୍ରସାଦ ବେହେରା, ଅଦ୍ଗା ଟୁଡୁ ଆର୍ସୁମଣି ମାରାଣ୍ଡି, ଡଃ ଆଶୁତୋଷ ପ୍ରୟାସ ଦାସ, ଡଃ ପ୍ରଭାକର ଦ୍ୱାରି ତଥା ସଭାରେ ଉପସ୍ଥିତ ଥିଲେ । ସତ୍ୟନାରାୟଣ ବାରିକ, ଖେଳ ଶିକ୍ଷକ ପୁରସ୍କାର ପ୍ରଦାନ କରିବାରେ ସାହାଯ୍ୟ କରିଥିଲେ । ପରିଶେଷରେ ରଶ୍ମିତା ନାୟକ, ସହ ପ୍ରଧ୍ୟାପିକା ପ୍ରାଣିତତ୍ତ୍ୱ ବିଭାଗ ରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।