ବାରିପଦା : ଓଡିଶା ରାଜ୍ୟସ୍ତରୀୟ ୧୭ ବର୍ଷରୁ କମ ଉଭୟ ବାଳକ ଓ ବାଳିକା ବର୍ଗର କବାଡି ପ୍ରତିଯୋଗିତା ଚଳିତ ଅକ୍ଟୋବର ମାସ ୧୭ ରୁ ୨୦ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ କୁଇନ ଅଫ ଦି ମିଶନ ହାଇସ୍କୁଲ, ବ୍ରହ୍ମପୁର ପ୍ରାଙ୍ଗଣରେରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଏବଂ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକଙ୍କ ତତ୍ତ୍ୱାବଧାନରେ ବାଳକ ଟିମ ମ୍ୟାନେଜର ଭାବେ ତିରିଙ୍ଗ ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ବଡଭୁନ୍ଧୁର ପିଇଟି ହଳଧର ଶିଅଳ ଓ ବାଳିକା ଟିମ ମ୍ୟାନେଜର ଭାବେ ରସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଖୁରୁଣ୍ଟିଆ କର୍ମାଭିମୁଖୀ ସରକାରୀ ଉଚ୍ଚ ବିଦ୍ୟାଳୟର ପିଇଟି ଆରତୀ ପାତ୍ରଙ୍କ ନେତୃତ୍ୱରେ ୨୪ଜଣ କ୍ରୀଡାବିତ୍ ଯୋଗ ଦେଇଛନ୍ତି । ସେମାନେ ହେଲେ ୧୭ବର୍ଷରୁ କମ ବାଳକ ବିଭାଗରେ ସୁମନ ବାଗ, ରୁଦ୍ର ପ୍ରସାଦ ଗିରି, ଗୌତମ ଗୋଛାୟତ, ମିଶ୍ୱଜିତ କୁଅଁର, ଲିପନ ଦାସ, ସୁନ୍ଦର ମୋହନ ଟୁଡୁ, ସୌମ୍ୟରଞ୍ଜନ ବେହେରା, ବୁଧେଶ୍ୱର ଦେହୁରୀ, ଅବନୀ ପ୍ରକାଶ ମାଝୀ, ମେହେରଜିତ୍ ମହାନ୍ତ, ରାଜେଶ କୁମାର ମହାନ୍ତ, ଗଣେଶ୍ୱର କିସ୍କୁ ଓ ବାଳିକା ବିଭାଗରେ ସୁନାମି ସର୍ଦାର, ରୀନା ହେମ୍ବ୍ରମ, ଝୁମା ସିଂ, ଶାନ୍ତିଲତା ସୋରେନ, ପ୍ରିୟା ସୋରେନ, ମୀନା ମୁର୍ମୁ, ମାମୁନି ସିଂ, ଝୁନୁରାଣୀ ବେଶ୍ରା, ସଲମା ସୋରେନ, ସଞ୍ଜୁରାଣୀ ଟୁଡୁ, ଲକ୍ଷ୍ମୀ ମୁର୍ମୁ ଓ ସୁନି ସିଂ ପ୍ରମୁଖ । ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟସ୍ତରରେ ସଫଳତା କାମନା କରାଯାଇଛି ।