Odisha news

ସ୍ୱର୍ଗତ କ୍ରୀଡାବିତ୍ ଭବାନୀଶଙ୍କର ଦେଙ୍କର ସ୍ମୃତି ସଭା

0

ବାରିପଦା  : ବରିଷ୍ଠ କ୍ରୀଡାବିତ୍ ତଥା ଏନଆଇଏସ ଫୁଟବଲ କୋଚ୍ ସ୍ୱର୍ଗତ କ୍ରୀଡାବିତ ଭବାନୀଶଙ୍କର ଦେଙ୍କ ବିୟୋଗରେ ବାରିପଦା କଲେଜ ପଡିଆ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଇଣ୍ଡିପେଣ୍ଡେଣ୍ଟ କ୍ଲବ ସଦସ୍ୟ ମାନଙ୍କର ଉପସ୍ଥିତିରେ ଅନୁଷ୍ଟିତ ହୋଇଯାଇଛି । କ୍ଲବର ସଭାପତି ସେଙ୍ଗଲ ସିଂ ସୋରେନଙ୍କର ପୌରହିତ୍ୟରେ ଅନୁଷ୍ଟିତ ଏହି ସଭାରେ ଦିବଙ୍ଗତ ବରିଷ୍ଠ କ୍ରୀଡାବିତଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା ପରେ ସମ୍ପାଦକ ହରିଶ କୁମାର ଷଡଙ୍ଗୀ, ପ୍ରଦୀପ କିଶୋର ମହାନ୍ତି, ରମେଶ ରାଉତ ଓ ଯଦୁନାଥ ମାଝି ସ୍ମୃତିଚାରଣ କରି ସ୍ୱର୍ଗତ ଦେ ପରି ଜଣେ ବିରଳ କ୍ରିଡା ସଂଗଠକକୁ ମୟୂରଭଞ୍ଜ ମାଟି ହରାଇଥିବା କଥା ଆଲୋଚନା କରିଥିଲେ । ଓଡିଶା ସରକାରଙ୍କର ବରିଷ୍ଠ ଫୁଟବଲ କୋଚ ଭାବରେ ସୁନ୍ଦରଗଡ଼, ସମ୍ବଲପୁର, କଟକ, ଭୁବନେଶ୍ୱର ତଥା ମୟୂରଭଞ୍ଜରେ କୋଚ ଥାଇ ବହୁ ପ୍ରତିଭାର ବିକାଶ ତଥା ଲୋକଲୋଚନକୁ ଆଣିବାରେ ତାଙ୍କ ଅବଦାନ ଯଥେଷ୍ଟ ଥିଲା । ଉକ୍ତ ସଭାରେ କୈଳାଶ ବେହେରା, ଅମୂଲ୍ୟ ମିଶ୍ର, ମଣିକ ରଣା, ଆଶୁତୋଷ ପଣ୍ଡା, ଜୟକୃଷ୍ଣ ପାତ୍ର, ସନ୍ତୋଷ ମିଶ୍ର, ବଇଲୋଚନ ପାତ୍ର, ନରସିଂହ ବାରିକ ଓ ବଟହରି ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ସ୍ମୃତି ସଭାର ଆବାହକ କିଶୋର କୁମାର ବିଶ୍ୱାଳ ଜିଲ୍ଲାରେ ଖେଳର ସର୍ବାଙ୍ଗୀନ ଉନ୍ନତି ହେଲେ ଦିବଙ୍ଗତ କ୍ରୀଡାବିତଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି ହେବ ଏବଂ ଏଥିପାଇଁ ସମସ୍ତଙ୍କ ସହଯୋଗ ଲୋଡା ବୋଲି ତାଙ୍କ ଧନ୍ୟବାଦ ବକ୍ତବ୍ୟରେ କହିଥିଲେ ।

Leave A Reply