ବାରିପଦା : ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ପୂର୍ବ ମୟୂରଭଞ୍ଜର ସଭାପତି ବାବୁଲୁ ମୁର୍ମୁଙ୍କର ଆହ୍ୱାନ କ୍ରମେ ମୟୂରଭଞ୍ଜ ଜିଲ୍ଲା ଏଥେଲେଟିକ୍ ଏସୋସିଏସନର ସମ୍ମିଳନୀ କକ୍ଷରେ ୨୦୨୪ ସାଧାରଣ ନିର୍ବାଚନ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିବା ସଙ୍ଗେ ସଙ୍ଗେ ପୂର୍ବ ମୟୂରଭଞ୍ଜ କର୍ମୀଙ୍କୁ ଜେଏମଏମର ବିଜୟ ପାଇଁ ଶପଥ ଗ୍ରହଣ କରାଇଥିଲା । ଏହି ସଭାରେ ପୂର୍ବ ଜିଲ୍ଲାର ସାଧାରଣ ସମ୍ପାଦକ ଆକାଶ ସିଂ, ବିଶିଷ୍ଟ ଜେଏମଏମ ନେତା ସୁନାରାମ ସୋରେନ୍, ରାଜ୍ୟ ଉପସଭାପତି ଦିଲ୍ଲୀପ ଦାଶ, ଦୀପକ ମହାନ୍ତ, ଦିବାକର ସୋରେନ୍, ସମସ୍ତ ବ୍ଲକର ସଭାପତି, ସମ୍ପାଦକ ଓ କର୍ମୀ ଅଂଶଗ୍ରହଣ କରି ସଭାକୁ କାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିଥିଲେ ।