ବାରିପଦା : ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଭାରତୀୟ ହକି ଦଳର ଗରିମା, ଇତିହାସ ଓ ସଫଳତା ସମ୍ପର୍କିତ ଏକଦିବସୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । କଲେଜର ଅଧ୍ୟକ୍ଷ ମୁକ୍ତିକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୫ଶହରୁ ଉଦ୍ଧ୍ୱର୍ ଛାତ୍ର-ଛାତ୍ରୀ ଅଂଶଗ୍ରହଣ କରିଥିଲେ । କି୍ରକେଟ୍ ପ୍ରଭାବରେ ଲୋକ ପ୍ରିୟତା ହରାଇଥିବା ହକିକୁ ପୁଣିଥରେ ୨୦୧୮ରେ ଆମର ମୁଖ୍ୟମନ୍ତ୍ରୀ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଫଳରେ ନୂତନ ରୂପରେଖା ପାଇଥିଲା । ନିକଟରେ ଏସିୟା କ୍ରିଡାରେ ଭାରତ ପୁରୁଷ ବର୍ଗରେ ସ୍ୱର୍ଣ୍ଣପଦକ ଜିତିଛି । ଓଡିଶାର ଦୁଇତାରକା ଅମିତ ରୋହିଦାସ ଓ ଦିପଗ୍ରେସ ଏକା ସ୍ୱର୍ଣ୍ଣ ଓ କାଂସ୍ୟ ପଦକ ଜିତି ଦେଶ ପାଇଁ ଗୌବର ଆଣିଛନ୍ତି । ହକିପ୍ରତି ଛାତ୍ର-ଛାତ୍ରୀ ମଧ୍ୟରେ ଆଗ୍ରହ ଓ ଉସôାହ ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହକି ଗରିମା ମୟ ଇତିହାସ ସମ୍ପର୍କିତ ବାର୍ତ୍ତା ଇଂରାଜୀ ଭାଷାରେ ଦର୍ଶନ ବିଭାଗର ମୁଖ୍ୟ ଦୀପକ କୁମାର ବେହେରା ଓ ଓଡିଆ ଭାଷାରେ ବାଣିଜ୍ୟ ବିଭାଗର ମୁଖ୍ୟ ଆଶୁତୋଷ ପ୍ରୟାସ ଦାସ ପାଠ କରିଥିଲେ । ଇତିହାସ ବିଭାଗର ଅଧ୍ୟାପିକା ରାଇମଣୀ ମାରାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ସୁଧିର କିସ୍କୁ, ସଞ୍ଜୟ ହେମ୍ବ୍ରମ, ମଦନ ହାଁସଦାଃ, ଅନାମ ଚରଣ ରାଉଳ, ମେଜର ପ୍ରଣବ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ର-ଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।