ବାରିପଦା : ଓଡିଶା ପ୍ରଦେଶର ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ମୟୂରଭଞ୍ଜ ବାରିପଦା ସାଙ୍ଗଠନିକ ଜିଲ୍ଲାକୁ ଦୁଇଦିନିଆ ଗସ୍ତରେ ଆସିଥିଲେ । ଗତ କିଛିଦିନ ପୂର୍ବରୁ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଦାୟିତ୍ୱ ଗ୍ରହଣ କଲାପରେ ଯୁବ ସଭାପତି ଶ୍ରୀ ପଣ୍ଡା ପ୍ରଥମଥର ବାରିପଦା ଗସ୍ତରେ ଆସିଥିଲେ । ବାରିପଦା ପାଲବଣୀ ବାଏପାସ ଠାରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସ୍ୱାଗତ୍ ସମ୍ବର୍ଦ୍ଧନା କରାଯାଇଥିଲା । ଏହାପରେ ସେଠାରୁ ବିଶାଳ ବାଇକ ରାଲି ଯୋଗେ ମୟୂରଭଞ୍ଜ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ମାନେ ରାଜ୍ୟ ସଭାପତିଙ୍କୁ ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ । ସେଠାରେ ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟ ଯୁବ ସଭାପତି ଅଭିଳାଷ ପଣ୍ଡାଙ୍କୁ ସ୍ୱାଗତ୍ କରିଯିବା ସହିତ ଯୁବମୋର୍ଚ୍ଚା ଜିଲ୍ଲା କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇଥିଲେ । ଆଗାମୀ ଦିନରେ ଜିଲ୍ଲାରେ ଯୁବମୋର୍ଚ୍ଚା କିପରି ଅଧିକରୁ ଅଧିକ ସକ୍ରିୟ ହେବା ସହ ଜିଲ୍ଲାବାସୀଙ୍କ ପ୍ରଗତି ପାଇଁ ସରକାରଙ୍କ ବିରୋଧରେ ଲଢେଇ କରିବ ସେନେଇ ରାଜ୍ୟ ଯୁବ ସଭାପତି ସବିଶେଷ ଆଲୋଚନା କରିଥିଲେ ଏବଂ ସଂଗଠନକୁ ତୃଣମୂଳ ସ୍ତରରେ କାର୍ଯ୍ୟକରିବା ପାଇଁ ଅଗ୍ରାହ୍ୟ ପ୍ରକାଶ କରିଥିଲେ । ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବଳରାମ ସାହୁ ସଭାପତିତ୍ୱ କରିଥିବାବେଳେ, ଜିଲ୍ଲା ସାଧାରଣ ସମ୍ପାଦକ ଅତିଥି ପରିଚୟ ପ୍ରଦାନ କରିଥିଲେ ମୁଖ୍ୟଅତିଥି ଭାବେ ରାଜ୍ୟ ଯୁବ ସଭାପତି ଶ୍ରୀ ପଣ୍ଡା ଯୋଗ ଦେଉଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ, ବାରିପଦା ବିଧାୟକ ପ୍ରକାଶ ସୋରେନ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ସୁଜାତା ମୁର୍ମୁ, ରାଜ୍ୟ ଯୁବ ମୋର୍ଚ୍ଚାର ଉପସଭାପତି ସଞ୍ଜଳି ମୁର୍ମୁ, ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ଆଶୁତୋଷ ବେହେରା, ରାଜ୍ୟ ଯୁବମୋର୍ଚ୍ଚା ମିଡିଆ ସଂଯୋଜକ ଚଣ୍ଡି ପ୍ରସାଦ, ରାଜ୍ୟ ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଆଦର୍ଶ ଜେନା, ଜିଲ୍ଲା ଉପସଭାପତି ସ୍ରୁଷ୍ଟି ଓତା, ଦେବ୍ରାଜ ସାହୁ, ଜିଲ୍ଲା ସଂଯୋଜିକା ଜୟସ୍ମିତା ମହାନ୍ତି, ଜିଲା ଯୁବ ସମ୍ପାଦକ ସୂରଜ ଲୋହାର, ପ୍ରାଚ୍ୟ ସୁମନ ଦାସଙ୍କ ସହିତ ବହୁ ଯୁବ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଦେବବ୍ରତ ସାମଲ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ସେଠାରୁ କାର୍ଯ୍ୟକ୍ରମ ସାରି ରାଜ୍ୟ ସଭାପତି ଜିଲ୍ଲାର ବିବିଧ କ୍ଷେତ୍ରର ବ୍ୟକ୍ତି ବିଶେଷଙ୍କୁ ଭେଟି ଜିଲ୍ଲାର ବହୁ ସମସ୍ୟା ଉପରେ ଆଲୋଚନା କରିଥିଲେ । ବାରିପଦାରେ ରାତ୍ରି ଯାପନ କରିବା ପରେ ବାରିପଦା ନିକଟସ୍ତ ଲଙ୍ଗଳକଟା ଠାରେ ଥିବା ଶକ୍ତିମାନ ଜିମ୍ନାସିୟମକୁ ଯାଇ ତାର ପ୍ରତିଷ୍ଠାତା ପରେଶ ଚନ୍ଦ୍ର ମହାନ୍ତଙ୍କୁ ଭେଟିବା ସହିତ ଶ୍ରୀ ମହାନ୍ତ ଓ କ୍ରୀଡା କ୍ଷେତ୍ରରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଚାରିଜଣଙ୍କୁ ରାଜ୍ୟ ଯୁବସଭାପତି ଶ୍ରୀ ପଣ୍ଡା ସମ୍ମାନିତ କରି ରାଇରଙ୍ଗପୁର ଅଭିମୁଖେ ଯାତ୍ରା କରିଥିଲେ ।