Odisha news

ବାରିପଦା : ଜିଲ୍ଲା ବିଜେପି ଲୋକପ୍ରତିନିଧିଙ୍କର କରୋନା କଟକଣା ଆଇନ୍ ଉଲ୍ଲଙ୍ଘନ , ଆଦିବାସୀ ଜାଗରଣ ମଞ୍ଚ

0

ବାରିପଦା : କରୋନାର ଭୟାବହତାରେ ସମଗ୍ର ଦେଶ ଆଜି ଜର୍ଜରିତ ହୋଇଛି । ଆବାଳବୃଦ୍ଧ ବନିତା ଆଜି କରୋନା କବଳରେ କବଳିତ ହୋଇଛନ୍ତି । ପ୍ରତିଦିନ ହୁହୁ ହୋଇ କରୋନା ସଂକ୍ରିମତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସାମାଜିକ ଦୂରତା ହିଁ କରୋନାକୁ ରୋକି ପାରିବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି । ଏଯାବତ୍ ଓଡିଶାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ୯୦୭୦ ହୋଇ ସାରିଥିବାବେଳେ ୩୬ଜଣ ତାଙ୍କର ଜୀବନ ହାରି ସାରିଲେଣୀ ।

ମୟୂରଭଞ୍ଜ ଜିଲ୍ଲାର ଆଜି ସୁଦ୍ଧା ୨୫୯ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି କିନ୍ତୁ ଦୁଃର୍ଭାଗ୍ୟର ବିଷୟ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପରିବର୍ତ୍ତେ ନିଜର ରାଜନୈତିକ ପତିଆରା ବୃଦ୍ଧି ପାଇଁ ଜିଲ୍ଲା ବିଜେପି ଲୋକପ୍ରତିନିଧିମାନେ କରୋନା କଟକଣାକୁ ଉଲ୍ଲଙ୍ଘନ କରି ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି ବୋଲି ଆଦିବାସୀ ଜାଗରଣ ମଞ୍ଚ  ପକ୍ଷରୁ ସଭାପତି ରାହୁଲ ହେମ୍ବ୍ରମ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି । ଜିଲ୍ଲାର ସାଂସଦ ଏବଂ ବିଜେପି ବିଧାୟକମାନେ ସାମାଜିକ ଦୂରତ୍ୱାକୁ ଉଲ୍ଲଙ୍ଘନ କରିବା ଏବଂ ମାସ୍କ ନପିନ୍ଧି ବିଭିନ୍ନ ଦଳୀୟ ଏବଂ ସାମାଜିକ କାର୍ଯ୍ୟକ୍ରମରେ ଯିବା ଏକ ନିତିଦିନିୟା ଘଟଣା ହୋଇଗଲାଣୀ ।

ମାନ୍ୟବର ସାଂସଦ ଏବଂ ବିଜେପି ବିଧାୟକମାନେ ସାମାଜିକ ଦୂରତ୍ୱାକୁ ଭାଙ୍ଗିବା ଫଳରେ କରୋନା ସଂକ୍ରମଣ ବଢିବାର ଆଶଙ୍କା ଦେଖାଯାଉଛି ବୋଲି ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲାର ବରିଷ୍ଠ ବିଜେପି ନେତା ମୁରଲୀଧର ଶର୍ମା ସୁପର ସ୍ପେରେଡର ଭାବେ ପାଖାପାଖି ୧୨ଜଣଙ୍କୁ ସଂକ୍ରମିତ କରିଛନ୍ତି, ଯାହାକି ସମାଜ ପାଇଁ ଘାତକ ସାବ୍ୟସ୍ତ ହୋଇଛି ବୋଲି ସଭାପତି ଶ୍ରୀ ହେମ୍ବ୍ରମ ପ୍ରକାଶ କରିଛନ୍ତି । ମାନ୍ୟବର ସାଂସଦ ଏବଂ ବିଜେପି ବିଧାୟକଙ୍କ ବିଭିନ୍ନ ଫୋଟ ସୋସିଆଲ୍ ମିଡିଆରେ ଏବଂ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏଣୁ ଏହି ଘଟଣାର ଗୁରୁତ୍ୱକୁ ଉପଲବ୍ଧ କରି ତୁରନ୍ତ ମୟୂରଭଞ୍ଜ ଜିଲ୍ଲାର ମାନ୍ୟବର ସାଂସଦ ଏବଂ ବିଜେପି ବିଧାୟକଙ୍କ ବିରୋଧରେ କୋଭିଡ୍ ଆଇନ୍ ଉଲ୍ଲଙ୍ଘନ ପାଇଁ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୟୂରଭଞ୍ଜ ଏସପି ପରମାର ସ୍ମିଥ ପୁରୁଷତ୍ତୋମ ଦାସଙ୍କୁ ଭେଟି ଏକ ଅଭିଯୋଗପତ୍ର ପ୍ରଦାନ କରାଯାଇଛି । ଏହି ଦିଗରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ଆଦିବାସୀ ଜାଗରଣ ମଞ୍ଚ ପକ୍ଷରୁ ଜିଲ୍ଲାବ୍ୟାପି ଆନେ୍ଦାଳନ କରାଯିବ ବୋଲି ଶ୍ରୀହେମ୍ବ୍ରମ ଚେତାବନୀ ଦେଇଛନ୍ତି ।

Nalco
Leave A Reply